ଜେଲ ନିଃସଙ୍ଗ ପ୍ରକୋଷ୍ଠକୁ ସ୍ୟୁ ଚୀ ସ୍ଥାନାନ୍ତର

ବ୍ୟାଙ୍କକ୍‌,୨୪।୬: ମ୍ୟାନ୍‌ମାରର ସାମରିକ ସରକାର ଗୁରୁବାର ଦେଶର ବହିଷ୍କୃତ ନେତ୍ରୀ ଅଙ୍ଗ୍‌ ସାନ୍‌ ସ୍ୟୁ ଚୀଙ୍କୁ ଜେଲର ଏକ ନିଃସଙ୍ଗ ପ୍ରକୋଷ୍ଠକୁ ପଠାଇଦେଇଛନ୍ତି। ୨୦୨୧ ଫେବୃୟାରୀ ୧ରେ ସେନା ବିଦ୍ରୋହ କରି ଶାସନ କ୍ଷମତା ଅକ୍ତିଆର କରିବା ପରେ ସ୍ୟୁ ଚୀଙ୍କୁ ନିଜ ବାସଭବନରେ ଗୃହବନ୍ଦୀ ରଖିଥିଲା। ପରେ ତାଙ୍କୁ ରାଜଧାନୀର ଏକ ଅଜ୍ଞାତ ସ୍ଥାନରେ ରଖାଯାଇଥିଲା, ଯାହା ସାମରିକ ଘାଟି ବୋଲି ବିଶ୍ୱାସ କରାଯାଏ। ଏବେ ତାଙ୍କୁ ପାଟିଟାଉର ମୁଖ୍ୟ ଜେଲକୁ ସ୍ଥାନାନ୍ତର କରାଯାଇଥିବା ଶାସକ ସାମରିକ ପରିଷଦର ମୁଖପାତ୍ର ମେଜର ଜେନେରାଲ ଜ ମିନ୍‌ ଟୁନ୍‌ କହିଛନ୍ତି। ସେଠାରେ ସେ ଅନ୍ୟମାନଙ୍କଠାରୁ ଅଲଗା ଭାବେ ରହିବେ। ତାଙ୍କୁ ବିଭିନ୍ନ ଅଭିଯୋଗରେ ଦୋଷୀସାବ୍ୟସ୍ତ କରାଯାଇଥିବାରୁ ଆଇନ ଅନୁଯାୟୀ ଜେଲକୁ ସ୍ଥାନାନ୍ତର କରାଯାଇଥିବା ମୁଖପାତ୍ର କହିଛନ୍ତି।

Share