ନାପିଦ୍ୱ,୧୦।୧: ନୋବେଲ ବିଜେତା ତଥା ମ୍ୟାନ୍ମାର ନେତା ଅଙ୍ଗ ସାନ ସ୍ୟୁ ଚୀଙ୍କୁ କରୋନା ନିୟମ ଉଲ୍ଲଂଘନ କରିଥିବା ଏବଂ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦେଇଥିବା ଅପରାଧରେ ସୋମବାର ୪ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହା ପୂର୍ବରୁ ୨୦୨୧ ଡିସେମ୍ବରରେ ତାଙ୍କ ବିରୋଧରେ ଅଣାଯାଇଥିବା ୨ଟି ଅଭିଯୋଗରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଙdଙ୍କ୪ qବର୍lରେ ଜେଲ ଦଣ୍ଡାଦେଶ କରାଯାଇଥିଲା।
ମିଲିଟାରୀ ଶାସକଙ୍କ ବିରୋଧରେ ସେ ଲୋକଙ୍କୁ ଉତ୍ତେଜିତ କରିବା ଭଳି ଭାଷଣ ଦେଇଥିଲେ ବୋଲି ଅଭିଯୋଗ ଅଣାଯାଇଥିଲା। ଏହା ଦ୍ୱାରା ମିଲିଟାରୀ ଶାସକଙ୍କୁ ବିରୋଧ କରି ୧,୪୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ଅଭିଯୋଗରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
ସ୍ୟୁ ଚୀଙ୍କ ବିରୋଧରେ ମାମଲା ତାଙ୍କୁ ବଦନାମ କରିବା ତଥା ଆଗାମୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ କରିବା ପାଇଁ ଷଡଯନ୍ତ୍ର ଭାବରେ କରାଯାଇଛି। ସେ କିପରି ରାଜନୀତିକୁ ଆଉ ନ ଫେରିବେ ସେଥିଲାଗି ଯୋଜନାବଦ୍ଧ ଭାବେ ଏଭଳି କରାଯାଇଥିବା ସ୍ୟୁ ଚୀଙ୍କ ସମର୍ଥକମାନେ ଅଭିଯୋଗ କରିଛନ୍ତି।
ତାଙ୍କ ବିରୋଧରେ ଦୁର୍ନୀତି, ସରକାରୀ ଗୁପ୍ତ କାର୍ଯ୍ୟର ଉଲ୍ଲଂଘନ ଏବଂ ଟେଲିକମ ଆଇନ ଉଲ୍ଲଂଘନ ଭଳି ଅଭିଯୋଗ ରହିଛି। ଏସବୁର ବିଚାର ଜାରି ରହିଛି। ସମସ୍ତ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେଲେ ସ୍ୟୁ ଚୀଙ୍କୁ ୧୦୦ ବର୍ଷରୁ ଅଧିକ ଜେଲ ଦଣ୍ଡ ଭୋଗିବାକୁ ପଡିପାରେ। ତେବେ ସ୍ୟୁ ଚୀ ମିଳିଟାରୀ ଶାସକଙ୍କର ଅଭିଯୋଗକୁ ଅସ୍ବୀକାର କରିଛନ୍ତି।
ମିଳିତ ଜାତିସଂଘ, ୟୁରୋପୀୟ ୟୁନିଅନ ଏବଂ ବ୍ରିଟେନ ସରକାର ସମେତ ଅନେକ ଅନ୍ତର୍ଜାତୀୟ ସଂଗଠନ କୋର୍ଟର ନିଷ୍ପତ୍ତି ଏବଂ ଜେଲ ଦଣ୍ଡକୁ ନିନ୍ଦା କରିଛନ୍ତି। ସଭିଏଁ ଏହି ମାମଲାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି।
ମ୍ୟାନମାରର ସମ୍ବିଧାନରେ ଜେଲରେ ଦଣ୍ଡିତ ହେବା ପରେ କାହାକୁ ଉଚ୍ଚ ପଦବୀରେ ରହିବାକୁ କିମ୍ବା ସାଂସଦ-ବିଧାୟକ ହେବାକୁ ବାରଣ କରାଯାଇଛି। ମ୍ୟାନମାର ନିର୍ବାଚନରେ ସ୍ୟୁ ଚୀଙ୍କ ଦଳ ଏକତରଫା ବିଜୟ ହାସଲ କରିଥିବାବେଳେ ସେନା ସହ ଜଡିତ ଦଳକୁ ବହୁ ଆସନରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଫଳରେ ସେନା ପକ୍ଷରୁ ଭୋଟରେ ଅନିୟମିତତା ହୋଇଥିବା ଅଭିଯୋଗ କରାଯାଇଥିଲା। କିନ୍ତୁ ନିରପେକ୍ଷ ନିର୍ବାଚନ ପର୍ଯ୍ୟବେକ୍ଷକମାନଙ୍କ ତଦନ୍ତରେ କୌଣସି ଅନିୟମିତତା ହୋଇ ନ ଥିବା ଜଣା ପଡ଼ିଥିଲା। ମାତ୍ର ପରେ ସାମରିକ ଶାସକ କ୍ଷମତା ଦଖଲ କରିଥିଲେ।