ନାପିଦ୍ୱ, ୨୭।୪ : ମ୍ୟାନ୍ମାରର ଜୁଣ୍ଟା କୋର୍ଟ ଅଙ୍ଗ୍ ସାନ୍ ସ୍ୟୁ ଚୀଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ନିର୍ଦ୍ଦେଶ ଦେଇଛି। ତାଙ୍କ ବିରୋଧରେ ୬୦୦,୦୦୦ ଡଲାର ଏବଂ ଗୋଲ୍ଡ ବାର ଲାଞ୍ଚ ନେଇଥିବାର ଅଭିଯୋଗ ହୋଇଛି। ବୁଧବାର ତାଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗରେ ସେ ଦୋଷୀ ସାବ୍ୟସ୍ତ ହେବା ପରେ ଦଣ୍ଡାଦେଶ କରାଯାଇଛି ବୋଲି ନ୍ୟୁଜ୍ ଏଜେନ୍ସି ଏଏଫ୍ପି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
୭୬ ବର୍ଷ ବୟସ୍କା ସ୍ୟୁ ଚୀଙ୍କ ବିରୋଧରେ ୧୧ଟି ଦୁର୍ନୀତି ଅଭିଯୋଗ ଅଣାଯାଇଛି। ପ୍ରତି ଅଭିଯୋଗରେ ତାଙ୍କୁ ୧୫ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ କରାଯାଇଛି। ରୁଦ୍ଧଦ୍ୱାରରେ ହୋଇଥିବା ବିଚାର ସମ୍ପର୍କରେ ସ୍ୟୁ ଚୀଙ୍କ ଆଇନଜୀବୀଙ୍କୁ ବାହାରେ ମିଡ଼ିଆରେ କୌଣସି ତଥ୍ୟ ପ୍ରଘଟ ନ କରିବାକୁ କଡ଼ା ନିର୍ଦ୍ଦେଶ ଜାରି ହୋଇଛି।