Categories: ଜାତୀୟ

ଶୁଭେନ୍ଦୁଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କଲେନି ବାଚସ୍ପତି

କୋଲକାତା,୧୮।୧୨-ଗତକାଲି ବିଧାୟକ ପଦରୁ ଇସ୍ତଫା ଦେଇଥିବା ଟିଏମ୍‌ସିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିବାକୁ ମନା କରିଦେଇଛନ୍ତି ବିଧାନସଭା ବାଚସ୍ପତି ବିମନ ବାନାର୍ଜୀ। ବର୍ତ୍ତମାନ ପରିସ୍ଥିତିରେ ଶୁଭେନ୍ଦୁଙ୍କ ଇସ୍ତଫା ଗ୍ରହଣ କରାଯିବା ନାହିଁ ବୋଲି ସେ କହିଛନ୍ତି। ବାଚସ୍ପତି କହିଛନ୍ତି, ମୁଁ ଶୁଭେନ୍ଦୁଙ୍କ ଇସ୍ତଫା ପତ୍ର ଗ୍ରହଣ କରି ନାହିଁ। ସମ୍ବିଧାନ ଏବଂ ବିଧାନସଭାର ନିୟମ ଅନୁଯାୟୀ ସେ ଇସ୍ତଫା ଦେଇନାହାନ୍ତି। ସେ ବ୍ୟକ୍ତିଗତ ଭାବେ ମୋତେ ଇସ୍ତଫା ପତ୍ର ଦେଇ ନାହାନ୍ତି। ମୁଁ ଜାଣେ ନାହିଁ ତାଙ୍କ ଇସ୍ତଫା ଠିକ କି ନୁହେଁ ଏବଂ ସେ ନିଜେ ଇସ୍ତଫା ଦେଇଛନ୍ତି କି ନାହିଁ। ଯେପର୍ଯ୍ୟନ୍ତ ମୁଁ ଏ ବିଷୟରେ ସମ୍ପୂର୍ଣ୍ଣ ସୂଚନା ନ ପାଇଛି, ସେ ପର୍ଯ୍ୟନ୍ତ ତାଙ୍କ ଇସ୍ତଫା ଗ୍ରହଣ କରିବା ସମ୍ଭବ ନୁହେଁ ବୋଲି ବାଚସ୍ପତି କହିଛନ୍ତି।

Share