Categories: ବାଣିଜ୍ୟ

ଶୁଭେନ୍ଦୁ ନାଲ୍‌କୋର ମାନବସମ୍ବଳ ମହାପ୍ରବନ୍ଧକ

ଅନୁଗୋଳ,୨୧ା୫ (ଅମିତ କୁମାର ସାମଲ): ଅନୁଗୋଳସ୍ଥିତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋର ନୂଆ ମାନବ ସମ୍ବଳ ମହାପ୍ରବନ୍ଧକ ଭାବେ ଦାୟିତ୍ୱ ତୁଲାଇବେ ଶୁଭେନ୍ଦୁ କୁମାର ନାୟକ। ଏ ନେଇ ନାଲ୍‌କୋ ଉଚ୍ଚକର୍ତ୍ତୃପକ୍ଷଙ୍କ ପକ୍ଷରୁ ରବିବାର ନିଯୁକ୍ତି ପତ୍ର ଦିଆଯାଇଛି। ନାୟକ ଦୀର୍ଘ ୨୪ ବର୍ଷ ଧରି ନାଲ୍‌କୋର ବିଭିନ୍ନ ବିଭାଗରେ ଯଥା ସ୍ମେଲଟର ଅପରେଶନ ବିଭାଗ, ଟ୍ରେନିଂ ସେଣ୍ଟର, ହଟି କଲଚର୍‌ ଏବଂ ଅନ୍ୟାନ୍ୟ ପ୍ରଶାସନିକ ବିଭାଗରେ ସଫଳତାର ସହ କାର୍ଯ୍ୟ କରିସାରିଛନ୍ତି। ଏହି ନୂଆ ଅଧିକାରୀଙ୍କୁ ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ସ୍ବାଗତ କରାଯାଇଛି। ପାରିପାଶର୍‌ବିକ ଅଞ୍ଚଳର କ୍ଷତିଗ୍ରସ୍ତ ପ୍ରଜାମାନଙ୍କ ଅଭିଯୋଗ ଶୁଣାଣି କରି ନ୍ୟାୟୋଚିତ କାର୍ୟ୍ୟପନ୍ଥା ଗ୍ରହଣ କରିବେ ବୋଲି ନାୟକ ପ୍ରକାଶ କରିଛନ୍ତି।

Share