ବଅଁରପାଳ,୧ା୭(ଡି.ଏନ୍.ଏ.): ଅନୁଗୋଳ ଜିଲା ନାଲ୍କୋର ଜଣେ ଡିଜିଏମ୍ଙ୍କର ସୋମବାର ରାତିରେ କରୋନାରେ ମୃତ୍ୟୁ ଘଟିଥିଲା। ଏଥିସହିତ ସମ୍ପୃକ୍ତ ଡିଜିଏମ୍ଙ୍କର ସ୍ତ୍ରୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ତେବେ ଏହି ଘଟଣା ନାଲ୍କୋ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ପରିପ୍ରେକ୍ଷୀରେ ବୁଧବାର ନାଲ୍କୋ ଅଞ୍ଚଳରୁ ୧୪୧ଜଣଙ୍କର ସ୍ବାବ୍ ସଂଗ୍ରହ କରାଯାଉଛି। ନାଲ୍କୋ ଷ୍ଟାଡିୟମ ପରିସରରେ ଏହି ସ୍ବାବ୍ ପରୀକ୍ଷା କରାଯାଇଛି। ଡିଜିଏମ୍ଙ୍କର କାର୍ଯ୍ୟାଳୟ ପ୍ରକୋଷ୍ଠ, ନାଲକୋ ଡାକ୍ତରଖାନା ଓପିଡି ଓ ନାଲ୍କୋ କ୍ୟାଣ୍ଟିନ୍କୁ ସିଲ୍ କରାଯିବା ସହ ସାନିଟାଇଜ୍ କରାଯାଉଛି। ତେବେ ସମ୍ପୃକ୍ତ ଡିଜିଏମ୍ କେଉଁମାନଙ୍କ ସଂସ୍ପର୍ଶରେ ଆସିଥିଲେ ସେ ନେଇ ପ୍ରଶାସନ ପକ୍ଷରୁ ଖୋଳତାଡ଼ କରାଯାଉଛି। ଏ ସମ୍ପର୍କରେ ନାଲ୍କୋର ଜନୈକ ବରିଷ୍ଠ ଅଧିକାରୀ କୁହନ୍ତି, ବର୍ତ୍ତମାନ ୨ ଦିନ ପାଇଁ ଡିଜିଏମ୍ଙ୍କର କାର୍ଯ୍ୟାଳୟ କ୍ୟାଣ୍ଟିନ୍ ଓ ନାଲ୍କୋ ଡାକ୍ତରଖାନ ଓପିଡି ବନ୍ଦ କରି ଦିଆଯାଇଛି। ଏଥିସହ ତାଙ୍କ ସହ ମିଳାମିଶା କରିଥିବା ଲୋକମାନଙ୍କର ମଧ୍ୟ ସ୍ବାବ୍ ଟେଷ୍ଟ କରାଯାଇଛି।