Categories: ଜାତୀୟ

ସ୍ବଚ୍ଛତା ଅଭିଯାନ: ଏକ ତାରିଖ,ଏକ ଘଣ୍ଟା, ଏକା ସାଙ୍ଗେ ଏକାଠି ହେଲା ସାରା ଦେଶ, କେନ୍ଦ୍ର ମନ୍ତ୍ରୀ ଲଗାଇଲେ ଝାଡୁ

ନୂଆଦିଲ୍ଲୀ,୧।୧୦: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୪ ତମ ଜୟନ୍ତୀ ପୂର୍ବରୁ ସାରା ଦେଶରେ ରବିବାର ଅର୍ଥାତ୍‌ ଅକ୍ଟୋବର ୧ରେ ସ୍ବଚ୍ଛତା ଅଭିଯାନ ଆରମ୍ଭ ହୋଇଛି। କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଏହି ଅଭିଯାନ ପାଇଁ ୧ ଅକ୍ଟୋବରରେ ସମ୍ପୂର୍ଣ୍ଣ ପ୍ରସ୍ତୁତି ଆରମ୍ଭ କରି ଅଭିଯାନ ଆରମ୍ଭ କରିଛି।
ଏହି ଅଭିଯାନ ଅଧୀନରେ ବହୁ କେନ୍ଦ୍ର ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀମାନେ ରାସ୍ତାରେ ଯାଇ ସ୍ବଚ୍ଛତା ଅଭିଯାନରେ ସାମିଲ ହୋଇଛନ୍ତି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଗୁଜରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ, କେନ୍ଦ୍ର ମନ୍ତ୍ରୀ ମୀନାକ୍ଷୀ ଲେଖୀଙ୍କ ସମେତ ଅନେକ ନେତା ଏହି ଅଭିଯାନରେ ସାମିଲ ହୋଇଥିଲେ।
ଗୁଜୁରାଟର ଅହମ୍ମଦାବାଦରେ ଚାଲିଥିବା ‘ସ୍ବଚ୍ଛତା ଅଭିଯାନ’ରେ କେନ୍ଦ୍ର ସ୍ବରାଷ୍ଟ୍ର ନ୍ତ୍ରୀ ଅମିତ ଶାହା ଅଂଶଗ୍ରହଣ କରିଥିଲେ। ଏଠାରେ ବହୁ ଭାଜପା କର୍ମୀଙ୍କ ସହ ଶାହାଙ୍କୁ ଦେଖିବାକୁ ମିଳିଥିଲା।
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଚକ୍ରତୀର୍ଥ ନୈମିଷାରଣ୍ୟରେ ‘ସ୍ବଚ୍ଛତା ଅଭିଯାନ କାର୍ଯ୍ୟକ୍ରମ’ରେ ଭାଗ ନେଇଥିଲେ। ଏଠାରେ ସେ ଭାଜପା କର୍ମୀଙ୍କ ସହ ସୀତାପୁର ଅଞ୍ଚଳରେ ଝାଡୁ ଲଗାଇଥିବା ନଜର ଆସିଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଅନୁରୋଧ ପରେ ରବିବାର ସମଗ୍ର ଦେଶ ସ୍ବଚ୍ଛତା ଅଭିଯାନ ଅଧୀନରେ ଏକାଠି ହୋଇଛନ୍ତି।

Share