ଫେଲ୍‌ ମାରିଛି ଶୌଚ ଭାରତ ଅଭିଯାନ

ମାଥିଲି,୧୬ା୧(ସୁବାସ ଚନ୍ଦ୍ର ଖୁଡୁପିଆ) ଫେଲ୍‌ ମାରିଛି ଶୌଚ ଭାରତ ଅଭିଯାନ। କାମରେ ଆସୁନି ପାଇଖାନା। ଶୌଚ ଭାରତ ନାଁରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, କିନ୍ତୁ ଏହା ଅନେକ ଜାଗାରେ ଫେଲ୍‌ ମାରିଥିବା ଦୃଷ୍ଟିକୁ ଆସିଛି । ବାହାରେ ଝାଡ଼ା ଫେରିଲେ ବହୁ ରୋଗ ସଂକ୍ରମଣ ହେଉଥିବା ସହ ପରିବେଶ ଦୂଷିତ ହେଉଛି । ଏଣୁ ଶୌଚ ଭାରତ ମିଶନ (ଗ୍ରାମୀଣ)ଯୋଜନା ମାଧ୍ୟମରେ ଘରେ ଘରେ ପାଇଖାନା ନିର୍ମାଣ କରାଯାଇଛି। ଏହାର ନିର୍ମାଣ ଓ ତଦାରଖ ପାଇଁ ଏକ ସ୍ବତନ୍ତ୍ର ବିଭାଗ ମଧ୍ୟ ରହିଛି । ହେଲେ ଏହି ପାଇଖାନା ସବୁ ନିର୍ମାଣ ହୋଇଛି ସତ, କିନ୍ତୁ ଏହା ହେବା ଦିନଠାରୁ ଦିନେବି ବ୍ୟବହାର ହୋଇନାହିଁ। କେଉଁଠି କାଠ ରଖାଯାଉଛି ତ ଆଉ କେଉଁଠି ଇଟା ଓ ଘରର ନଷ୍ଟ ହୋଇଥିବା ଆସବାସପତ୍ର ରଖାଯାଉଛି। ଏଭଳି ଏକ ଗାଁ ହେଉଛି ମାଲକାନଗିରି ଜିଲା ମାଥିଲି ବ୍ଲକ ଧୁଙ୍ଗିଆପୁଟ ପଞ୍ଚାୟତ। ଏହି ପଞ୍ଚାୟତରେ ୩ ହଜାରରୁ ଊର୍ଦ୍ଧ୍ୱ ଘର ରହିଛି । ପଞ୍ଚାୟତର ପ୍ରାୟ ସମସ୍ତଙ୍କ ବାରିରେ ରହିଛି ପାଇଖାନା ହେଲେ ଜଣେ ବି ଏହାକୁ ବ୍ୟବହାର କରୁନାହାନ୍ତି। କାରଣ ସବୁ ପାଇଖାନାଗୁଡିକ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇରହିଛି। ତାହା ସମ୍ପୂର୍ଣ୍ଣ ହୋଇପାରି ନାହିଁ। କୌଣସି ପାଇଖାନା ଉପରେ ଟିଣ ନାହିଁ ହେଲେ ସବୁ ବିଲ୍‌ ହୋଇଯାଇଛି। ଏହି ପାଇଖାନା ବ୍ୟବହାର ନ କରି ଲୋକେ ବାହାରକୁ ଶୌଚ ପାଇଁ ଯାଉଥିବା କାରଣ ପଚାରିବାରୁ ଯେଉଁଠି ଲୋକେ ପିଇବା ପାଇଁ ଭଲରେ ପାଣି ପାଇପାରୁ ନାହାନ୍ତି ସେଠି ପାଇଖାନା ବ୍ୟବହାର ପାଇଁ ପାଣି ଆସିବ କୋଉଠୁ ବୋଲି ଉତ୍ତର ମିଳୁଛି। ତେଣୁ ବାଧ୍ୟହୋଇ ଲୋକେ ଗାଁ ନିକଟରେ ଥିବା ପଡ଼ିଆ ନଦୀ ଓ ନାଳକୁ ଯାଇ ଶୌଚ ହେଉଛନ୍ତି। ଲୋକ କିପରି ଏହାକୁ ବ୍ୟବହାର କରିବେ ସଚେତନ କରାଯିବାକୁ ଦାବି ହେଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri