ବସ୍ତିରେ ଝାଡ଼ୁ ମାରିଲେ ଧର୍ମେନ୍ଦ୍ର: ବାଣ୍ଟିଲେ ସୁଖଦୁଃଖ

ଭୁବନେଶ୍ୱର,୫।୧୦: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ବଛ ଭାରତ ଅଭିଯାନରେ ସଭିଏଁ ସାମିଲ ହେବାକୁ ଶନିବାର ଆହ୍ବାନ ଦେଇଛନ୍ତି। ଏହି ଅବସରରେ ସେ
ବସ୍ତିରେ ଝାଡ଼ୁ ମାରିଛନ୍ତି। ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ମଙ୍ଗଳା ବସ୍ତିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପହଞ୍ଚିଥିଲେ । ତାଙ୍କ ସାଥିରେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଓ ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ମଧ୍ୟ ଥିଲେ।
ବସ୍ତିରେ ଝାଡ଼ୁ ମାରିବା ସହ ସ୍ଥାନୀୟ ଅଞ୍ଚଳରେ ସଫେଇ କାର୍ଯ୍ୟରେ ନିୟୋଜିତ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହାସହ ସଫେଇ କର୍ମଚାରୀଙ୍କ ସହ ଚାଏ ପେ ଚର୍ଚ୍ଚା ବି କରିଛନ୍ତି । ସଫେଇ କର୍ମଚାରୀଙ୍କ ସହ ଚା’ ପିଇ ସୁଖଦୁଃଖ ବୁଝିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।