Categories: ବାଣିଜ୍ୟ

କାନାରା ବ୍ୟାଙ୍କ ପକ୍ଷରୁ ସ୍ବଚ୍ଛତା ହିଁ ସେବା

ଭୁବନେଶ୍ୱର,୪।୧୦: କାନାରା ବ୍ୟାଙ୍କର ଭୁବନେଶ୍ୱର ଅଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ୧୫୪ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବ୍ୟାଙ୍କର ଅଞ୍ଚଳ ମୁଖ୍ୟ ଜଗଦୀଶ ଚନ୍ଦରଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଅଞ୍ଚଳ କାର୍ଯ୍ୟାଳୟ ଅନ୍ତର୍ଗତ କ୍ଷେତ୍ରୀୟ କାର୍ଯ୍ୟାଳୟ ଏବଂ ଶାଖାଗୁଡ଼ିକରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ଅବସରରେ ‘ଗୋଟିଏ ତାରିଖ, ଗୋଟିଏ ଘଣ୍ଟା, ଏକା ସାଙ୍ଗରେ ସ୍ବଚ୍ଛତା ପାଇଁ ଶ୍ରମଦାନ’ ନାମରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। କାନାରା ବ୍ୟାଙ୍କର ସମସ୍ତ କର୍ମଚାରୀ ଉତ୍ସାହପୂର୍ବକ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହି ଉପଲକ୍ଷେ ବ୍ୟାଙ୍କର ଭୁବନେଶ୍ୱର ଅଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ଗୋଟିଏ ତାରିଖ, ଗୋଟିଏ ଘଣ୍ଟାର ଏକ ବିଶେଷ ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବ୍ୟାଙ୍କର ମଣ୍ଡଳ ମୁଖ୍ୟ ଜଗଦୀଶ ଚନ୍ଦରଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

Share