Categories: ଜାତୀୟ

ଆଜିଠାରୁ ସ୍ବଚ୍ଛତା ଅଭିଯାନ ୩.୦

ନୂଆଦିଲ୍ଲୀ,୧୫।୯:ଆଜିଠାରୁ ସାରା ଦେଶରେ ତୃତୀୟ ସ୍ବଚ୍ଛତା ଅଭିଯାନର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହେବ। ଅଭିଯାନର ପ୍ରଥମ ପର୍ଯ୍ୟାୟ ୧୫ ରୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ। ଏହି ପର୍ଯ୍ୟାୟରେ ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗ ଅଟକି ଯାଇଥିବା କାର୍ଯ୍ୟ ଓ ସ୍ବଚ୍ଛତା ପାଇଁ ସ୍ଥାନ ଚିହ୍ନଟ କରିବେ। କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି, ସ୍ବତନ୍ତ୍ର ଅଭିଯାନ ୩.୦ ଆରମ୍ଭ ହେବ। ଏହି ଅଭିଯାନ ଅନ୍ତର୍ଗତ ଜୁନ-ଜୁଲାଇ ୨୦୨୩ ପାଇଁ ନିର୍ଦ୍ଦେଶାବଳୀ ରିପୋର୍ଟ ପ୍ରଦାନ କରାଯିବ। ଡିସେମ୍ବର ୨୦୨୨-ଜୁଲାଇ ୨୦୨୩ ପାଇଁ ସଚିବାଳୟ ସଂସ୍କାର ଉପରେ ମାସିକ ରିପୋର୍ଟ ମଧ୍ୟ ସମାନ ବୈଠକରେ ପ୍ରକାଶ ପାଇବ।
ଏଥି ସହିତ, ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ଗାନ୍ଧୀ ଜୟନ୍ତୀ ଅର୍ଥାତ୍‌ ୨ ଅକ୍ଟୋବରରୁ ଆରମ୍ଭ ହେବ, ଯାହା ୩୧ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ। ଏହା କାର୍ଯ୍ୟକାରିତା ପର୍ଯ୍ୟାୟ ହେବ। ଏଥିରେ ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗ ପ୍ରାରମ୍ଭିକ ପର୍ଯ୍ୟାୟରେ ମନୋନୀତ ଲକ୍ଷ୍ୟ ହାସଲ କରିବାକୁ ଉଦ୍ୟମ କରିବେ।

Share