Categories: ବାଣିଜ୍ୟ

ସ୍ବଦେଶର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ଉଦ୍‌ଘାଟିତ

ଭୁବନେଶ୍ୱର,୯।୧୧ (ଅଭୟ ଦାଶ) ରିଲାଏନ୍ସ ରିଟେଲର ବହୁ ପ୍ରତୀକ୍ଷିତ ତଥା ଅଭିନବ ପ୍ରତିଷ୍ଠାନ ସ୍ବଦେଶର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ବୁଧବାର ତେଲଙ୍ଗାନା (ହାଇଦ୍ରାବାଦ)ଠାରେ ଉଦ୍‌ଘାଟିତ ହୋଇଯାଇଛି। ରିଲାଏନ୍ସ ଫାଉଣ୍ଡେଶନର ଅଧ୍ୟକ୍ଷା ନୀତା ଅମ୍ବାନୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଛନ୍ତି। ଭାରତୀୟ କଳା ଓ ହସ୍ତଶିଳ୍ପ କ୍ଷେତ୍ରରେ ଏହା ଏକ ନୂତନ ଧାରା ଆରମ୍ଭ କରିବ ବୋଲି କୁହାଯାଉଛି। ସେହିଭଳି ରିଲାଏନ୍ସ ରିଟେଲର ସ୍ବଦେଶ ଷ୍ଟୋରଗୁଡ଼ିକ କେବଳ ଶତାବ୍ଦୀ ପୁରୁଣା କଳା ଏବଂ ସୃଜନଶୀଳ ଅଭିବ୍ୟକ୍ତି ମାଧ୍ୟମରେ ଭାରତକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିବ ନାହିଁ ବରଂ କାରିଗର ତଥା ଶିଳ୍ପୀମାନଙ୍କ ପାଇଁ ସ୍ଥାୟୀ ଜୀବିକା ସୁଯୋଗ ମଧ୍ୟ ଖୋଲିବ, ଯାହା ଦ୍ରୁତଗତିରେ ବିକଶିତ ହେଉଥିବା ବିଶ୍ୱରେ ସେମାନଙ୍କ କାର୍ଯ୍ୟକୁ ସୁରକ୍ଷିତ ରଖିବାକୁ ସୁନିଶ୍ଚିତ କରିବ।
ଏ ସମ୍ପର୍କରେ ରିଲାଏନ୍ସ ଫାଉଣ୍ଡେଶନର ଅଧ୍ୟକ୍ଷା ନୀତା ଅମ୍ବାନୀ କହିଛନ୍ତି, ସ୍ବଦେଶ ଭାରତର ପାରମ୍ପରିକ କଳା ଓ କାରିଗରମାନଙ୍କ ପ୍ରତି ଏକ ଶ୍ରଦ୍ଧାଞ୍ଜଳି ହୋଇଥିବାବେଳେ ଦୀର୍ଘଦିନର କଳା ଓ ହସ୍ତଶିଳ୍ପକୁ ସଂରକ୍ଷିତ ଓ ପ୍ରୋତ୍ସାହିତ କରିବା ଦିଗରେ ଏହା ଆମର ବିନମ୍ର ଉଦ୍ୟମ ବୋଲି ସେ ବିସ୍ତୃତ ଭାବେ ଆଲୋକପାତ କରିଛନ୍ତି। ସେହିପରି ତେଲଙ୍ଗାନାରେ ରିଲାଏନ୍ସ ରିଟେଲର ପ୍ରଥମ ସ୍ବଦେଶ ଷ୍ଟୋରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ (ଶୁଭାରମ୍ଭ) କରି ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ସ୍ବଦେଶ ମେକ୍‌ ଇନ୍‌ ଇଣ୍ଡିଆର ଭାବନା ଉପରେ ଗୁରୁତ୍ୱ ପ୍ରଦାନ କରିବା ସହ ଆମର ଦକ୍ଷ କାରିଗରମାନଙ୍କୁ ସମ୍ମାନ ଓ ଜୀବିକା ପ୍ରଦାନ କରୁଛି। ବିଶେଷକରି ସେମାନେ ପ୍ରକୃତରେ ଆମ ଦେଶର ଗର୍ବ ଏବଂ ସ୍ବଦେଶ ମାଧ୍ୟମରେ ଆମେ ସେମାନଙ୍କୁ ବିଶ୍ୱସ୍ତରୀୟ ସ୍ବୀକୃତି ପ୍ରଦାନ କରିବାକୁ ଆଶା କରୁଛୁ, ଯାହା ସେମାନେ ପାଇବାକୁ ଯୋଗ୍ୟ ଓ ସେଥିପାଇଁ ଆମେ କେବଳ ଭାରତ ନୁହେଁ, ଅନ୍ତର୍ଜାତୀୟ (ଆମେରିକା ଓ ୟୁରୋପ) ସ୍ତରରେ ମଧ୍ୟ ସ୍ବଦେଶକୁ ବିସ୍ତାର କରିବାକୁ ଉତ୍ସାହିତ ରହିଛୁ।

Share