Categories: ଜାତୀୟ

ସ୍ବାମୀ ପ୍ରସାଦ ମୌର୍ଯ୍ୟ ଜଣେ ପାଗଳ, ତାଙ୍କୁ ଜେଲ୍‌ରେ ରଖାଯାଉ: ଟି ରାଜା ସିଂ

ଲକ୍ଷ୍ନୌ,୨୦।୯: ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି (ଏସପି) ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟ ହିନ୍ଦୁ ଧର୍ମ ଉପରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ମୌର୍ଯ୍ୟ କହିଛନ୍ତି, ହିନ୍ଦୁ ଏକ ଧର୍ମ ନୁହେଁ, ପାର୍ସୀ ଭାଷାରେ ଏହାର ଅର୍ଥ ଚୋର ଏବଂ ଘୃଣ୍ୟ। ହିନ୍ଦୁ ରାଷ୍ଟ୍ର ଦାବି କରୁଥିବା ଲୋକମାନେ ଦେଶଦ୍ରୋହୀ। ତାଙ୍କର ଏହି ବିବାଦୀୟ ମନ୍ତବ୍ୟକୁ ଚାରିଆଡୁ ସମାଲୋଚନା କରାଯାଉଛି। ହାଇଦ୍ରାବାଦର ଗୋଶାମହାଲର ବିଧାୟକ ଟି ରାଜା ସିଂ ଏସପି ନେତାଙ୍କୁ ଟାର୍ଗେଟ କରିଛନ୍ତି।
ରାଜ ସିଂ କହିଛନ୍ତି, ଦୁର୍ଭାଗ୍ୟବଶତଃ ସ୍ବାମୀ ପ୍ରସାଦ ମୌର୍ଯ୍ୟ ଜଣେ ହିନ୍ଦୁ। ବୋଧହୁଏ ତାଙ୍କର ପୂର୍ବପୁରୁଷମାନେ ମୋଗଲମାନଙ୍କର ସନ୍ତାନ ଥିଲେ, ସେଥିପାଇଁ ସେ ପ୍ରତିଦିନ ହିନ୍ଦୁ, ହିନ୍ଦୁ ଦେବୀ-ଦେବତା ଏବଂ ରାମଚରିତମାନସ ଉପରେ ଅଶ୍ଳୀଳ ମନ୍ତବ୍ୟ ଦିଅନ୍ତି। ଏପରି ପାଗଳ ବ୍ୟକ୍ତି ସମାଜ ପାଇଁ କ୍ଷତିକାରକ। ମୁଁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅନୁରୋଧ କରୁଛି ଏପରି ବ୍ୟକ୍ତିଙ୍କୁ ଧରି ଜେଲରେ ରଖାଯାଉ। ବିଧାୟକ ରାଜା ସିଂ ମଧ୍ୟ ବିବାଦୀୟ ବିବୃତ୍ତି ପାଇଁ ଜଣାଶୁଣା। ଏକ ବିବାଦୀୟ ବିବୃତ୍ତି ଯୋଗୁ ଭାଜପା ରାଜା ସିଂଙ୍କୁ ଦଳରୁ ବହିଷ୍କାର କରିଥିଲା।

Share