Categories: ଜାତୀୟ

ଅଖିଳେଶଙ୍କ ହାତ ଛାଡିବା ପରେ ନୂଆ ଦଳ ଘୋଷଣା କଲେ ସ୍ବାମୀ ପ୍ରସାଦ ମୌର୍ଯ୍ୟ, ଇଣ୍ଡିଆ ମେଣ୍ଟକୁ କରିବେ ସମର୍ଥନ

ଲକ୍ଷ୍ନୌ,୨୨।୨: ଉତ୍ତରପ୍ରଦେଶର ଶକ୍ତିଶାଳୀ ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟିରୁ ଅଲଗା ହୋଇ ଗୁରୁବାର ତାଙ୍କର ନୂତନ ରାଜନୈତିକ ଦଳ ଘୋଷଣା କରିଛନ୍ତି। ମୌର୍ଯ୍ୟ ତାଙ୍କ ନୂଆ ଦଳର ନାମ ରଖିଛନ୍ତି ‘ରାଷ୍ଟ୍ରିୟ ଶୋଶିତ ସମାଜ ପାର୍ଟି’। ଦିଲ୍ଲୀର ତାଳକଟୋରା ଷ୍ଟାଡିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ନିଜର ନୂଆ ପାର୍ଟୀ ଲଞ୍ଚ୍‌ କରିଛନ୍ତି। ସମାଜବାଦୀ ପାର୍ଟି ଭେଦଭାବର ଅଭିଯୋଗ କରି ସ୍ବାମୀ ପ୍ରସାଦ ମୌର୍ଯ୍ୟ ତିନି ଦିନ ପୂର୍ବେ ଦଳର ସଦସ୍ୟତା ଏବଂ ଏମଏଲସି ପଦରୁ ଇସ୍ତଫା ଦେଇଥିଲେ। ତାଙ୍କର ଏହି ପଦକ୍ଷେପକୁ ଲୋକ ସଭା ନିର୍ବାଚନ ସହ ଜଡିତ ଥିବା ଦେଖାଯାଉଛି।

ଦଳ ଆରମ୍ଭ କରିବା ପରେ ସ୍ବାମୀ ପ୍ରସାଦ ମୌର୍ଯ୍ୟ କହିଛନ୍ତି, କେନ୍ଦ୍ରରୁ ଭାଜପାକୁ ହଟାଇବା ପାଇଁ ଇଣ୍ଡିଆ ମେଣ୍ଟକୁ ମଜବୁତ କରିବୁ। ଆମେ ସେମାନଙ୍କ ନେତାଙ୍କ ସହ କଥା ହେବୁ। ଭାଜପାର ପରାଜୟ ନିଶ୍ଚିତ କରିବା ପାଇଁ ଆବଶ୍ୟକ ହେଲେ ମୁଁ ସମସ୍ତ ବଳିଦାନ ଦେବାକୁ ପ୍ରସ୍ତୁତ ଅଛି।

Share