Categories: ଜାତୀୟ

ମାଙ୍କଡ ଭଳି ସବୁଦିନ ଡିଆଁ କୁଦା କରୁଛନ୍ତି ରାଜଭର: ସ୍ୱାମୀ ପ୍ରସାଦ ମୌର୍ଯ୍ୟ

ଲକ୍ଷ୍ନୌ,୨୮ ।୭: ସୁହେଲଦେବ ଭାରତୀୟ ସମାଜ ପାର୍ଟି(ସୁଭାସପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଓମ ପ୍ରକାଶ ରାଜଭର ଓ ସମାଜବାଦୀ ପାର୍ଟି(ସପା) ମଧ୍ୟରେ ତଲାକ ହୋଇଯାଇଛି । ଏହାପରେ ରାଜଭର ଏବେ ସପା ନେତାଙ୍କ ଟାର୍ଗେଟକୁ ଚାଲି ଆସିଛନ୍ତି । ସମାଜବାଦୀ ପାର୍ଟି ନେତା ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଗୁରୁବାର ଓମ ପ୍ରାଶ ରାଜଭରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ରାଜଭର ଏବେ ପ୍ରତିଦିନ ମାଙ୍କଡ଼ ଭଳି ଡିଆଁ କୁଦା କରୁଛନ୍ତି ।
ମୌର୍ଯ୍ୟ କହିଛନ୍ତି, ରାଜଭର ଯେମିତି ମାଙ୍କଡ଼ ଭଳି ଗୋଟିଏ ଡାଳରୁ କୁଦିକରି ଆଉ ଏକ ଡାଳକୁ ଯାଉଛନ୍ତି, ତାହା ସମ୍ପୂର୍ଣ୍ଣ ଭୁଲ । ରାଜଭରଙ୍କ ଦଳକୁ ସେତିକି ସିଟ୍ ଦିଆଯାଇଛି ଯେତିକି ସେ ମାଗିଥିଲେ । ତେବେ ରାଜଭର ପ୍ରତିଦିନ ଡିଆଁ କୁଦା କଲେ ନିଜର ଓଜନ କମିଥାଏ ଓ ଦଳ ବି ତାଙ୍କୁ ଗୁରୁତ୍ୱ ଦେଇ ନ ଥାଏ । ସେ ଯେଉଁଠିକୁ ଯିବାକୁ ଚାହୁଁଥିଲେ ସେଠାରୁ ପୂର୍ବରୁ ନୋ ଏଣ୍ଟ୍ରି ଜାରି କରିଦିଆଯାଇଛି । ବିଏସପି ୪ଥର ଶାସନରେ ରହି ସାରିଛି । ହେଲେ ଯେତେବେଳେ ଓମ ପ୍ରକାଶ ରାଜଭର ସେଠାକୁ ଯିବା କଥା କହୁଥିଲେ ସେତେବେଳେ ସେ ତା’ର କବାଟ ବନ୍ଦ କରି ଦେଇଛି । ସ୍ୱାମୀ ପ୍ରସାଦ ମୌର୍ଯ୍ୟ କହିଛନ୍ତି ରାଜଭର ଭାଜପା ଓ ବିଏସପିକୁ ଯିବାକୁ ଚାହୁଁଥିଲେ ସତ ହେଲେ କେହି ତାଙ୍କୁ ନେବାକୁ ଚାହୁଁ ନାହାନ୍ତି ।

Share