Categories: ଜାତୀୟ

ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ବିବାଦୀୟ ବୟାନ, ଜିନ୍ନା ନୁହେଁ ହିନ୍ଦୁ ମହାସଭା ଯୋଗୁ ହୋଇଥିଲା ଭାରତ-ପାକିସ୍ତାନ ବିଭାଜନ

ନୂଆଦିଲ୍ଲୀ,୧୫।୧୦:  ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ମହାସଚିବ ସ୍ବାମୀ ପ୍ରସାଦ ମୌର୍ଯ୍ୟ ଅନେକ ସମୟରେ ନିଜର ବୟାନବାଜିକୁ ନେଇ ଚର୍ଚ୍ଚାରେ ରହିଥାଆନ୍ତି। ପୁଣିଥରେ ଏସପି ନେତା ମୌର୍ଯ୍ୟ ଏକ ବିବାଦୀୟ ବୟାନ ଦେଇଛନ୍ତି। ଉତ୍ତର ପ୍ରଦେଶର ବାନ୍ଦାରେ ଏକ କାର୍ଯ୍ୟକ୍ରମରେ ପହଞ୍ଚିଥିବା ସ୍ବାମୀ ପ୍ରସାଦ ମୌର୍ଯ୍ୟ କହିଛନ୍ତି ଭାରତ-ପାକିସ୍ତାନର ବିଭାଜନ ଜିନ୍ନାଙ୍କ ପାଇଁ ନୁହେଁ ବରଂ ହିନ୍ଦୁ ମହାସଭା ଯୋଗୁ ହୋଇଥିଲା।

ସେ ଆହୁରି ମଧ୍ୟ କହିଛନ୍ତି, ହିନ୍ଦୁ ରାଷ୍ଟ୍ର ଦାବି କରୁଥିବା ଲୋକେ ଦେଶର ଶତ୍ରୁ।
ସୂଚନାଯୋଗ୍ୟ, ଏସପି ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟ ଜିଆଇସି ମଇଦାନରେ ଆୟୋଜିତ ବୌଦ୍ଧ ସମ୍ମିଳନୀରେ ସାମିଲ ହେବାକୁ ଯାଇଥିଲେ। ଏହି ସମୟରେ ହିଁ ସେ ଭାରତ-ପାକିସ୍ତାନ ବିଭାଜନକୁ ନେଇ ଏହି ବିବାଦୀୟ ବୟାନ ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି କାହା ସହ କୌଣସି ଭେଦଭାବ କରାଯାଇ ନ ପାରେ। ଆମେ ଯଦି କହୁଛୁ ହିନ୍ଦୁ, ମୁସଲମାନ, ଶିଖ, ଇସାଇ ସମସ୍ତେ ଭାଇ ଭାଇ ତେବେ ହିନ୍ଦୁ ରାଷ୍ଟ୍ରର କଥା ମୁସଲମାନ କାହିଁକି ନ କରିବ, ଶିଖ କାହିଁକି ନ କରିବ, ଇସାଇ କାହିଁକି ନ କରିବ ବୋଲି ସେ ପ୍ରଶ୍ନ କରିଛନ୍ତି। ହିନ୍ଦୁ ରାଷ୍ଟ୍ର ଦାବି କରୁଥିବା ଲୋକେ ଦେଶର ଶତ୍ରୁ ବୋଲି ସେ କହିଛନ୍ତି।

Share