ଜଳାଶୟମୁହାଁ ବନ୍ୟପ୍ରାଣୀଙ୍କୁ ଶିକାର

ନୟାଗଡ଼ ଅଫିସ,୧୦।୬: ଗ୍ରୀଷ୍ମଋତୁରେ ଖାଦ୍ୟ ଓ ପାଣି ଅନ୍ବେଷଣରେ ଗଁା ଓ ସହରମୁହଁା ହେଉଥିବା ବନ୍ୟପ୍ରାଣୀଙ୍କୁ ଶିକାର କରିବା ସୁବିଧା ହେଉଛି। ଏଥିପାଇଁ ଶିକାରୀମାନେ ବନ୍ୟପ୍ରାଣୀ ଆସୁଥିବା ବିଭିନ୍ନ ଜଳାଶୟକୁ ଚିହ୍ନଟ କରୁଛନ୍ତି। ପରେ ଜଳାଶୟ ନିକଟରେ ଲୁଚି ଛପି ଶିକାର କରୁଛନ୍ତି। ଅଧିକାଂଶ ଜଳାଶୟ ନିକଟରେ କୁକୁର ଦ୍ୱାରା ଶିକାରୀମାନେ ଶିକାର କରୁଛନ୍ତି। ଜିଲାରେ ଶିକାର ହେଉଥିବା ବିଭିନ୍ନ ବନ୍ୟପ୍ରାଣୀ ମଧ୍ୟରେ ବାର୍‌ହାର ସଂଖ୍ୟା ଅଧିକ ରହୁଛି। ନୟାଗଡ଼ ବନଖଣ୍ଡର ବିଭିନ୍ନ ଜଙ୍ଗଲ ଓ ଖୋର୍ଦ୍ଧା ବନଖଣ୍ଡର ରଣପୁର ରେଞ୍ଜ ଅଞ୍ଚଳରେ ଥିବା ବିଭିନ୍ନ ଜଙ୍ଗଲରେ ଆଉ ବନ୍ୟପ୍ରାଣୀ ସୁରକ୍ଷିତ ନୁହନ୍ତି। ନୟାଗଡ଼ ଜିଲାର ବିଭିନ୍ନ ଜଙ୍ଗଲରେ ଶିକାରୀ ସକ୍ରିୟ ହୋଇଥିବାବେଳେ ବନ ବିଭାଗ ଏହାର ଟେର ପାଉନାହିଁ। ଅନ୍ୟପକ୍ଷେ ଜିଲାର ବିଭିନ୍ନ ଜଙ୍ଗଲିଆ ଅଞ୍ଚଳରେ ଫାଶ ପକାଇ, ବିଦ୍ୟୁତ୍‌ ତାର ବିଛାଇ ଓ ବନ୍ଧୁକରେ ଶିକାର ଚାଲିଛି। ସେହିପରି କୁକୁର ଲଗାଇ ମଧ୍ୟ ଶିକାର କରାଯାଉଛି। ବିଭନ୍ନ ଗଁାରେ ବନ୍ୟପ୍ରାଣୀ ମାଂସ ସୁବିଧାରେ ମିଳୁଛି।
ପ୍ରାପ୍ତ ସୂଚନା ଅନୁସାରେ, ମାଳ ସଂରକ୍ଷିତ ଜଙ୍ଗଲର ବନ୍ଧମୁଣ୍ଡା, ଶଙ୍ଖଯୋଡ଼ି, ନେଳିପଡ଼ା, ଭେଟବର, ବଜ୍ରକୋଟ ଅଞ୍ଚଳର ପରି ରଣପୁର ରେଞ୍ଜର ବିଭିନ୍ନ ଜଙ୍ଗଲରେ ଶମ୍ବର, କୁଟୁରା, ହରିଣ, ବାର୍‌ହା ଶିକାର ଚାଲିଛି। ପ୍ରାୟ ୨ମାସ ମଧ୍ୟରେ ମାଳ ସଂରକ୍ଷିତ ଜଙ୍ଗଲରୁ ୫ ଶମ୍ବର, ୭ କୁଟୁରା, ୧ ହରିଣ, ୨୦୦ ବାର୍‌ହା ଫାଶ, ବିଦ୍ୟୁତ୍‌ ଓ ଗୁଳି ଯୋଗେ ଶିକାର ହୋଇଥିବା ବେସରକାରୀ ଭାବେ ଜଣାପଡ଼ିଛି। ଖୋର୍ଦ୍ଧା ଜିଲାର ବର୍‌ବରା, ଧୂଅଁାନଳୀ ଜଙ୍ଗଲ ସହ ରଣପୁରର ବିଭିନ୍ନ ଜଙ୍ଗଲରୁ ବନ୍ୟପ୍ରାଣୀ ମାଂସ ଗୋଡ଼ିପଡ଼ାକୁ ଆସୁଛି। ଓଡ଼ଗଁା ରେଞ୍ଜର ଗୋଛା, ଗୟଳସିଂହ ଜଙ୍ଗଲରେ ଅନୁରୂପ ଭାବେ ଶିକାର ହେଉଛି। ଏଠାରେ ବେଶି ବାର୍‌ହା ଶିକାର ହେଉଛି। ପୁଣି ଗଜେନ୍ଦ୍ରାପଲ୍ଲୀ, ଚୋରାଖୋଲ, ହଳଙ୍ଗାପଲ୍ଲୀ, ଚେମେଡ଼ି, ବାଣ୍ଠପୁର, କୁରାଢ଼ିଘଷା ଅଞ୍ଚଳରେ ଅନୁରୂପ ଭାବେ ଶିକାର ଚାଲିଛି। ଓଡ଼ଗଁା ରେଞ୍ଜର ରଙ୍ଗଣୀପାଟଣା ଛକରେ ବନ୍ୟପ୍ରାଣୀଙ୍କ ମାଂସ ସବୁବେଳେ ମିଳୁଛି। ଏଠାରେ ଗୋଟିଏ ଶିକାରୀ ଦଳ ବହୁଦିନ ହେଲା ଅବାଧରେ ବନ୍ୟପ୍ରାଣୀ ମାଂସ ବିକ୍ରି କରି ଆସୁଛନ୍ତି। ବାଘୁଆ ଛକରେ ଅନୁରୂପ ଭାବେ ବନ୍ୟପ୍ରାଣୀ ମାଂସ ବିକ୍ରି ହେଉଛି। ଶରଣକୁଳ ଭଣ୍ଡାର ମୁଣ୍ଡିିଆରୁ ବନ୍ୟପ୍ରାଣୀଙ୍କୁ ଶିକାର କରାଯାଇ ମାଂସ ବିକ୍ରି ହେଉଛି। ଗଞ୍ଜାମରୁ ହରିଣ ମାଂସ ଓଡ଼ଗଁା, ପଞ୍ଚରିଡ଼ା, ବଡ଼ପୁଟ, ଶରଣକୁଳ ଅଞ୍ଚଳରେ ବିକ୍ରି ହେଉଛି। ଗୋଡ଼ିପଡ଼ା ଅଞ୍ଚଳରେ ହରିଣ, ବାର୍‌ହା, ଶମ୍ବର ମାଂସ ବିକ୍ରି ହେଉଛି। ମହିପୁର ରେଞ୍ଜର ହାତୀମୁଣ୍ଡା, ପାଲଭାରେ ଶିକାରକୁ ରୋକିବା କାଠିକର ପାଠ। ପୁଣି ରଗଡ଼ିମଡ଼ା, ମିନା ଗାଡ଼ିଆ, ଗୁମି, ସିଙ୍ଗାରପୁର, କୋଶଳାଙ୍ଗ ଅଞ୍ଚଳରେ ବନ୍ୟପ୍ରାଣୀ ଶିକାର ହେଉଛି। ଗଣିଆର ବାଇଶିପଲ୍ଲୀ ଅଭାୟରଣ୍ୟ ଭିତରେ ଶିକାର ଚାଲିଛି। ସେହିଭଳି ମଣିଭଦ୍ରା, ସାତପୁରି ଜଙ୍ଗଲରୁ ହରିଣ ଶିକାର ବଢ଼ି ଚାଲିଛି। କଟକ ଜିଲା ନରସିଂହପୁର ଅଞ୍ଚଳର କେତେଜଣ ଶିକାରୀ ହରିଣ ଶିକାର କରି ସ୍ଥାନୀୟ ଅଞ୍ଚଳରେ ବିକ୍ରି କରିବା ସହ ନରସିଂହପୁର ଅଞ୍ଚଳରେ ବିକ୍ରି କରୁଥିବା ଅଭିଯୋଗ ରହିଛି। କିଛିମାସ ତଳେ ଗଣିଆ ନନ୍ଦନ ହୋଟେଲରେ ବନ୍ୟପ୍ରାଣୀଙ୍କ ମାଂସ ବିକ୍ରି ହେବା ଏହାର ନଜୀର। ହୋଟେଲର ମାଲିକଙ୍କ ଘରୁ ବନ୍ୟପ୍ରାଣୀଙ୍କ ମାଂସ ଜବତ ସହ ବାପପୁଅଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ପୁଣି ଗଣିଆର ବିଞ୍ଜଗିରି ଜଙ୍ଗଲରେ ଶିକାରୀଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି। ଛାମୁଣ୍ଡିଆ, ବଡ଼ସିଲିଙ୍ଗା, କରଡ଼ାପଡ଼ା, ବଡ଼ମୂଳରେ ଶିକାର ଚାଲିଛି। ଭାପୁର ବ୍ଲକର ବାଇଗୁଣିଆ, ବାନ୍ଦେରା ଶାଳ ଜଙ୍ଗଲରେ ଚଉସିଙ୍ଗ, ବାର୍‌ହା, ହରିଣ ଶିକାର ଚାଲିଛି। ଖଣ୍ଡପଡ଼ା ଗୋହିରିଆପଡ଼ା, କିଆଝର ଜଙ୍ଗଲରେ ଅନୁରୂପ ଶିକାର ଚାଲିଛି। ଜିଲାରେ ମୋଟାମାଟି ଭାବେ ଶିକାରୀ ସକ୍ରିୟ ହୋଇ ପଡ଼ିଥିବାବେଳେ ବନ ବିଭାଗ ପକ୍ଷରୁ ଚଢ଼ାଉକୁ ତ୍ୱରାନ୍ବିତ କରାଯାଇ ପାରୁନାହିଁ। ବିଭିନ୍ନ ସମୟରେ ବନ ବିଭାଗ ପକ୍ଷରୁ ଧରପଗଡ଼ ହେଉଛି। ଏପରିକି ଶିକାରୀଙ୍କୁ ଗିରଫ ସହ ବନ୍ୟପ୍ରାଣୀଙ୍କ ମାଂସ ଜବତ କରାଯାଇଛି। ହେଲେ ବନ ବିଭାଗର କାର୍ଯ୍ୟାନୁଷ୍ଠାନ ଶିକାରୀ ଓ ଶିକାରକୁ ରୋକିପାରୁନାହିଁ ବୋଲି ଅଭିଯୋଗ ହୋଇ ଆସୁଛି। ଏ ନେଇ ଡିଏଫ୍‌ଓ କ୍ଷମା ଷଡଙ୍ଗୀଙ୍କୁ ପଚାରିବାରେ ବନ ବିଭାଗ ପକ୍ଷରୁ ବିଭିନ୍ନ ଜଙ୍ଗଲରେ ଚଢ଼ାଉ କରାଯାଇ ଶିକାରୀ ଓ ବନ୍ୟପ୍ରାଣୀ ମାଂସ ଜବତ କରାଯାଉଛି। ପୁଣି ବନ୍ଧୁକ ବି ଜବତ ହେଉଛି। ଶିକାରୀଙ୍କୁ ଧରପଗଡ଼ ପାଇଁ ବିଭାଗ ପକ୍ଷରୁ ଚେଷ୍ଟା ଜାରି ରହିଛି। ଆଗକୁ ଚଢ଼ାଉକୁ ଅଧିକ ତ୍ୱରାନ୍ବିତ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିରୋ ନାଇଟ ସେଲିବ୍ରେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ନିୟୋଜିତ ରହିବେ…

ଭୁବନେଶ୍ୱର,୨୭।୧୨: ଜିରୋ ନାଇଟ ସେଲିବ୍ରେଶନ ପାଇଁ କମିସନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏନେଇ ପୋଲିସ କମିସନର ସୁରେଶ ଦେବଦତ୍ତ ସିଂ ସୂଚନା...

ହାତୀ ପାଇଁ ବନ୍ଦ ହେଲା ଶିଖରଚଣ୍ଡୀ, ପୁଣି ଏହି ଦିନ ଖୋଲିବ

ଭୁବନେଶ୍ବର, ୨୭।୧୨: ବନ୍ଦ ରହିଲା ଶିଖରଚଣ୍ଡୀ ପୀଠ । ଶିଖରଚଣ୍ଡୀ ମନ୍ଦିର ପ୍ରବେଶ ଗେଟ୍‌ରେ ତାଲା ପକାଇଲା ବନ ବିଭାଗ । ହାତୀ ପାଇଁ ଏଭଳି...

ଆହୁରି ବଢିଲା ଶୀତ, ଜନଜୀବନ ଅସ୍ତବ୍ୟସ୍ତ: ପର୍ଯ୍ୟଟକଙ୍କ ଅସମ୍ଭାଳ ଭିଡ଼

ଦାରିଙ୍ଗବାଡି, ୨୭।୧୨ (ଅରୁଣ ସାହୁ ):ଗତ କିଛିଦିନ ହେଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କୁହୁଡିର ପ୍ରଭାବରେ ଗାଡି ଚଳାଚକ ବାଧାପ୍ରାପ୍ତ ହୋଇଛି। ଶୀତ କମିବାରେ ନାମ...

Salman Khan Birthday: ସଲମାନଙ୍କୁ 60 ବର୍ଷ…କ୍ୟାମେରା ସାମ୍ନାରେ କାଟିଲେ କେକ୍, ଜାଣନ୍ତୁ ଗେଷ୍ଟ ଲିଷ୍ଟ

ନୂଆଦିଲ୍ଲୀ,୨୭ା୧୨ : ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଜି ଜନ୍ମଦିନ ।  ୬୦ତମ ଜନ୍ମଦିନକୁ ବହୁତ ଉତ୍ସାହ ଏବଂ ହୃଦୟସ୍ପର୍ଶୀ ଶୈଳୀରେ ପାଳନ କରିଥିଲେ। ଅଭିନେତା...

ବାଲ ଧନୁଯାତ୍ରାରେ ରଙ୍ଗସଭା: କମାଲ କଲେ ସତ୍ୟଜିତ

ମଥୁରା ନଗରୀ,୨୭।୧୨:ବରଗଡ଼ ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଚାଲିଥିବା ବାଲ ଧନୁଯାତ୍ରାର ଦ୍ବିତୀୟ ଦିବସରେ ମହାରାଜ କଂସଙ୍କ ଦରବାରରେ ରଙ୍ଗସଭା ଅନୁଷ୍ଠିତ ହୋଇଥିଲା। ଏହି...

ଭୁବନେଶ୍ବରରେ ପହଞ୍ଚିଲେ ମୁଖ୍ୟ ନିର୍ବାଚନ କମିଶନର, ପୁରୀରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି କୋଣାର୍କ ଯିବେ

ଭୁବନେଶ୍ବର,୨୭/୧୨: ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ୩ ଦିନିଆ ଓଡ଼ିଶା ଗସ୍ତ ରହିଥିବା ବେଳେ ସେ ଭୁବନେଶ୍ବରରେ ଆସି ପହଞ୍ଚିଛନ୍ତି । ଆଜି ପୁରୀରେ...

କ୍ରିକେଟ୍‌ ଖେଳୁଥିଲେ ଚଳଚ୍ଚିତ୍ର ନିର୍ଦ୍ଦେଶକ, ହଠାତ୍‌ ଟଳିପଡ଼ିଲେ: ଆଉ ତା’ପରେ…

ଟିଟିଲାଗଡ଼,୨୮ା୧୨(ଶରତ ମିଶ୍ର):ଟିଟିଲାଗଡ଼ ଖେଳପଡିଆରେ ଶୁକ୍ରବାର କ୍ରିକେଟ୍‌ ଖେଳୁଥିବା ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଲାଙ୍ଗୀର ଜିଲା ଟିଟିଲାଗଡ଼ ଥାନା ଅଧୀନ ହାଇସ୍କୁଲପଡା...

ବ୍ରେକ ଫେଲ୍ ହୋଇ ଟ୍ରକ ଦୁର୍ଘଟଣା, ୧୬ ନଂ ଜାତୀୟ ରାଜପଥରେ ଗାଡି ଚଳାଚଳ ବାଧାପ୍ରାପ୍ତ

ଭଦ୍ରକ, ୨୭/୧୨(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଧାମରା ବ୍ରିଜ ତଳେ ରାସ୍ତାରେ ଟ୍ରକ ଦୁର୍ଘଟଣା ହୋଇଛି । ଫଳରେ ଏକ ଦୁର୍ଘଟଣା ଗ୍ରସ୍ତ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri