Categories: ଜାତୀୟ

ବିରୋଧ ପରେ ଏମ୍‌ପି ପଦରୁ ଇସ୍ତଫା ଦେଲେ ସ୍ବପନ ଦାସଗୁପ୍ତା

କୋଲକତା,୧୬।୩: ଟିଏମସି ଏବଂ କଂଗ୍ରେସ ବିରୋଧ କରିବା ପରେ ରାଜ୍ୟ ସଭା ସଦସ୍ୟ ମନୋନୀତ ସ୍ବପନ ଦାସଗୁପ୍ତା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ହୁଗୁଳି ଜିଲାର ତାରକେଶ୍ୱର ବିଧାନସଭା ଆସନରୁ ଭାଜପା ତାଙ୍କୁ ଟିକେଟ ଦେଇଛି। ତାଙ୍କୁ ପ୍ରାର୍ଥୀତ୍ୱକୁ ନେଇ ଟିଏମସି ଏବଂ କଂଗ୍ରେସ ବିରୋଧ କରିଥିଲା। ବିବାଦ ବଢିବା ପରେ ସ୍ବପନ ଦାସଗୁପ୍ତା ମଙ୍ଗଳବାର ରାଜ୍ୟ ସଭାରୁ ଇସ୍ତଫା ଦେଇଛନ୍ତି। ଏବେ ସେ ଭାଜପା ଟିକେଟ୍‌ରେ ବିଧାନସଭା ନିର୍ବାଚନ ଲଢିବେ ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ଗତ ରବିବାର ଭାଜପା ସ୍ବପନ ଦାସଗୁପ୍ତଙ୍କ ସମେତ ୨୬ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛନ୍ତି। ଏହା ପରେ ସ୍ବପପ୍ନ ଦାସଗୁପ୍ତାଙ୍କ ରାଜ୍ୟ ସଭା ସଦସ୍ୟତା ରଦ୍ଦ କରିବାକୁ ଟିଏମସି ଏକ ସ୍ବତନ୍ତ୍ର ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତ ହେଉଥିଲା। ବିବାଦ ବଢୁଥିବା ଦେଖି ନିଜ ପଦରୁ ସେ ଇସ୍ତଫା ଦେଇଛନ୍ତି।

Share