Categories: ଖେଳ

ଅଲମ୍ପିକ୍ସରେ ବଢ଼ିଲା ପଦକ ଆଶା, ଫାଇନାଲ୍‌ରେ ପହଞ୍ଚିଲେ ସ଼୍ବପ୍ନିଲ୍‌

ନୂଆଦିଲ୍ଲୀ, ୩୧।୦୭: ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ଶୁଟରମାନେ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି । ମନୁ ଭାକର ଏବଂ ସରବଜୋତ ସିଂ ପଦକ ଜିତିବା ପରେ ସ଼୍ବପ୍ନିଲ କୁସାଲେ ୫୦ ମିଟର ୩ ପୋଜିସନର ଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ୟପଟେ ସ଼୍ବପ୍ନିଲଙ୍କ ସାଥୀ କ୍ରୀଡ଼ାବିତ୍‌ ଐଶ୍ୱର୍ଯ୍ୟ ପ୍ରତାପ ସିଂ ତୋମାର ଟିକେ ଖରାପ ପ୍ରଦର୍ଶନ କରିଛନ୍ତି । ଦୁଇ ରାଉଣ୍ଡ ପର୍ଯ୍ୟନ୍ତ ଫାଇନାଲ ଦୌଡ଼ରେ ରହିବା ପରେ ଐଶ୍ୱର୍ଯ୍ୟ ଷ୍ଟାଣ୍ଡିଂ ସୁଟରେ ଭୁଲ କରିଥିଲେ । ପ୍ରଥମ ଦୁଇ ରାଉଣ୍ଡ ପରେ ଐଶ୍ୱର୍ଯ୍ୟ ପ୍ରତାପ ୮ ନମ୍ବରରେ ରହିଥିଲେ । କିନ୍ତୁ ଯେତେବେଳେ ଷ୍ଟାଣ୍ଡିଂ ସୁଟ ଶେଷ ହେଲା, ସେ ଅଷ୍ଟମରୁ ଏକାଦଶକୁ ଖସିଗଲେ ।

ପ୍ରଥମ ସିରିଜରେ ଐଶ୍ୱର୍ଯ୍ୟା ପ୍ରତାପ ୧୯୯ ସ୍କୋର କରି ୮ ନମ୍ବରରେ ଥିଲେ। ପ୍ରଥମ ସିରିଜ ପରେ ସ଼୍ବପ୍ନିଲ କୁସାଲେ ୧୧ ନମ୍ବରରେ ଥିଲେ । ସେ ଏହି ରାଉଣ୍ଡରେ ୧୯୭ ସ୍କୋର କରିଥିଲେ। ଏହାପୂର୍ବରୁ ଐଶ୍ୱର୍ଯ୍ୟା ପ୍ରତାପ ଯୋଗ୍ୟତା ପର୍ଯ୍ୟାୟରେ ୧୯୭ ସ୍କୋର କରିଥିଲେ । ଯୋଗ୍ୟତା ପର୍ଯ୍ୟାୟରେ ସ଼୍ବପନିଲ କୁସାଲେ ୧୯୮ ପଏଣ୍ଟ ହାସଲ କରିଛନ୍ତି ।

Share