ରିୟାଙ୍କୁ ସମର୍ଥନ କରୁଛନ୍ତି ଏହି ଅଭିନେତ୍ରୀ!

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାହା ଏବେ ବି ସନ୍ଦେହ ଘେରରେ। ପ୍ରତିଦିନ ଏହି ଘଟଣା ନୂଆ ମୋଡ ମଧ୍ୟ ନେଉଛି। ଉଭୟ ଇଡି ଓ ସିବିଆଇ ଏହି ଘଟଣାର ତଦନ୍ତ ଚଳାଇଛନ୍ତି। ଘଟଣା ଉପରୁ ଖୁବ୍‌ଶୀଘ୍ର ପରଦା ଉଠିବ ବୋଲି ଆଶା କରାଯାଉଛି। ତେବେ ଏହି ସମୟରେ ଅଭିିନେତ୍ରୀ ସ୍ବରା ଭାସ୍ମର ରିୟାଙ୍କୁ ସମର୍ଥନ କରୁଛନ୍ତି। ରିୟାଙ୍କୁ ସମର୍ଥନ କରି ସେ ଏକ ଟୁଇଟ୍‌ରେ ଲେଖିଛନ୍ତି, ‘ରିୟାଙ୍କୁ ମିଡିଆର ଶିକାର ହେବାକୁ ପଡ଼ୁଛି। ମୁଁ ଆଶା କରୁଛି ମାନ୍ୟବର ସୁପ୍ରିମକୋର୍ଟ ଏଥିପ୍ରତି ଧ୍ୟାନଦେବେ। ଭୁଲ ଖବର ବାହାର କରୁଥିବା ଅବା କାହାଣୀ ବନାଉଥିବା ଲୋକଙ୍କ ଉପରେ କଟକଣା ଲଗାଇବେ ବୋଲି ସେ ଟୁଇଟ୍‌ରେ ଲେଖିଛନ୍ତି’।
କିଛି ଦିନ ପୂର୍ବେ ଅଭିନେତା ଆୟୁଷ୍ମାନ ଖୁରାନା ରିୟାଙ୍କୁ ସମର୍ଥନ କରିବାରୁ ତାଙ୍କୁ ଟ୍ରୋଲ୍‌ ହେବାକୁ ପଡ଼ିଥିଲା। ସେ ରିୟାଙ୍କ ଏକ ପୋଷ୍ଟରେ ହାର୍ଟ ଏବଂ ବ୍ରୋକେନ ହାର୍ଟର ଇମୋଜି ଶେୟାର କରିଥିଲେ।

Share