ମା’ ହେଲେ ସ୍ବରା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସ୍ବରା ଭାସ୍କର ମା’ ହୋଇଛନ୍ତି। ଅଭିନେତ୍ରୀ ସେପ୍ଟେମ୍ବର ୨୩ ଅର୍ଥାତ୍‌ ଶନିବାର ଏକ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଛନ୍ତି। ଇନଷ୍ଟାଗ୍ରାମରେ ଫଟୋ ଶେୟାର କରି ଅଭିନେତ୍ରୀ ନିଜେ ପ୍ରଶଂସକଙ୍କୁ ଏହି ଖୁସିଖବର ଦେଇଛନ୍ତି। ଫଟୋରେ ସ୍ବରା ତାଙ୍କୁ କୋଳରେ ଧରିଥିବାର ନଜର ଆସିଛନ୍ତି। ସ୍ବରା ଜୁନ୍‌ରେ ଗର୍ଭବତୀ ଥିବା ନେଇ ସୂଚନା ଦେଇଥିଲେ। ସୂଚନାଯୋଗ୍ୟ, ସ୍ବରା ଏବଂ ଫହାଦ ଫେବୃୟାରୀ ୨୦୨୩ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

Share