ବାହା ନ ହୋଇ ମା’ ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ନିଜର ଜବରଦସ୍ତ ଅଭିନୟକୁ ନେଇ ବଲିଉଡରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ସ୍ୱରା ଭାସ୍କର । ପର୍ସନାଲ ଲାଇଫରେ ବି ବେଶ୍ ଚର୍ଚ୍ଚିତ ଏହି ଅଭିନେତ୍ରୀ । ନିଜର ବେକାବୁ ବୟାନକୁ ନେଇ ବି ସେ ଖୁବ୍ ଚର୍ଚ୍ଚିିତ । ଏବେ ଶୁଣିବାକୁ ମିଳିଛି କି ସ୍ୱରା ଭାସ୍କର ମା’ ହେବାକୁ ଚାହୁଁଛନ୍ତି । ହଁ ସିଙ୍ଗଲ ମଦର । ଏଥିପାଇଁ ସମସ୍ତ ପ୍ରକ୍ରିୟା ବି କୁଆଡେ କରି ସାରିଲେଣି ସ୍ୱରା । ସେ କୁହନ୍ତି ଆମ ଦେଶରେ ବହୁ ପିଲା ଅନାଥାଶ୍ରମରେ ରହୁଛନ୍ତି ତେଣୁ ମୁଁ ଗୋଟିଏ ପିଲା ଆଡପ୍ଟ କଲେ ଅସୁବିଧା କେଉଁଠି । ଆମ ଦେଶରେ ଏମିତିବି କେତେଜଣ ଦମ୍ପତି ଅଛନ୍ତି ଯେଉଁମାନେ ପିଲା ଆଡପ୍ଟ କରିଛନ୍ତି । ସ୍ୱରା ଏଭଳି କତେଜଣ ଦମ୍ପତିଙ୍କ ସହ ସାକ୍ଷାତ୍ ବି କରି ସାରିଲେଣି । ଏମିତିକି କେତେଜଣ ପିଲା ଏବେ ଆଡଲ୍ଟ ବି ହୋଇଗଲେଣି । ତେବେ ସେମାନଙ୍କ ବିଷୟରେ ସବୁଜାଣି ଏହା ଉପରେ ଖୁବ୍ ରିସର୍ଚ୍ଚ କରି ସ୍ୱରା ସିଙ୍ଗଲ ମଦର ହେବାକୁ ଚିନ୍ତା କରିଛନ୍ତି । ପ୍ରଥମେ ସେ ଏମିତି ଚିନ୍ତା କରି ପରିବାର ଲୋକଙ୍କୁ ଜଣାଇବା ପରେ ପରିବାରର ସମସ୍ତ ସଦସ୍ୟ ତାଙ୍କୁ ସହଯୋଗ କରିଛନ୍ତି । ସ୍ୱରା ଆହୁରି ମଧ୍ୟ କହିଛନ୍ତି ଆମ ଦେଶରେ ସିଙ୍ଗଲ ମଦରକୁ ଅନୁମତି ପ୍ରଦାନ କରାଯାଇଥିବାରୁ ମୁଁ ବହୁତ ଖୁସି । ତେଣୁ ସ୍ୱରା ଖୁବଶୀଘ୍ର ସିଙ୍ଗଲ ମଦର ହେବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି ।

Share