ସରକାରଙ୍କୁ ଟାର୍ଗେଟ କଲେ ସ୍ବରା

ମୁମ୍ବାଇ,୧୬।୪: ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କୁ ଶନିବାର ରାତିରେ ଗୁଳି କରି ହତ୍ୟା କରାଯାଇଛି। ଏବେ ସମସ୍ତ ହତ୍ୟାକାରୀ ପୋଲିସ ହାତରେ। ଏହାପରେ ଅନେକ ବିରୋଧୀଦଳ ନେତା ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହି କ୍ରମରେ ବଲିଉଡ ଅଭିନେତ୍ରୀ ସ୍ବରା ଭାସ୍କର ବି ସରକାରଙ୍କୁ ଟାର୍ଗେଟ କରିବା ସହ ଏହି ହତ୍ୟାକାଣ୍ଡର ନିନ୍ଦା କରିଛନ୍ତି।

ସ୍ବରା ଭାସ୍କର ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ଥାଆନ୍ତି। ସେ ପ୍ରାୟ ସବୁ ପ୍ରସଙ୍ଗ ଉପରେ ନିଜର ବୟାନ ରଖିଥାଆନ୍ତି। ସ୍ବରା ଟୁଇଟ କରି ଲେଖିଛନ୍ତି, ଏକ ଏକ୍ସଟ୍ରା ଜୁଡିଶିୟଲ କିଲିଂ ଅବା ଏନକାଉଣ୍ଟର ଏମିତି କୌଣସି ଜିନିଷ ନାହିଁ, ଯାହାର ଉତ୍ସବ ପାଳନ କରାଯିବ। ଏହା ସିଗନାଲ ଦେଉଛି କି ରାଜ୍ୟ ନିୟମ ବାହାରେ କାମ କରୁଛି। ଏହା ସିଗନାଲ ଦେଉଛି କି ରାଜ୍ୟର ଏଜେନ୍ସି ଗୁଡିକର କ୍ରେଡିବିଲିଟି ଶେଷ ହୋଇଯାଇଛି। କାରଣ ସେ କ୍ରିମିନାଲ୍ସଙ୍କ ଭଳି କାମ କରୁଛି ଅବା ସେମାନଙ୍କୁ ଶେଷ କରୁଛି। ଏହା ଏକ ମଜଭୁତ ଶାସନ ନୁହେଁ, ଏହା ଅରାଜକତା।

Share