କାନ୍ଦିଲେ ସ୍ବରା ଭାସ୍କର

ବଲିଉଡ ଅଭିନେତ୍ରୀ ସ୍ବରା ଭାସ୍କର ସମାଜବାଦୀ ପାର୍ଟିର ଯୁବ ନେତା ଫହାଦ ଅହମ୍ମଦଙ୍କ ସହ ବିବାହ ବନ୍ଧନରେ ହୋଇଛନ୍ତି। ଉଭୟଙ୍କ ବିବାହ ଉତ୍ସବର ଫଟୋ ଏବଂ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି। ଏହି ବିବାହରେ ଝିଅ ବିଦାୟୀ ବେଳର ଏକ ଭିଡିଓ ସାମ୍ନାକୁ ଆସିଛି। ବିଦାୟୀବେଳେ ସ୍ବରା ଅତ୍ୟନ୍ତ ଭାବପ୍ରବଣ ହୋଇଥିବାର ଦେଖାଯାଏ।
ସ୍ବରାଙ୍କ ବନ୍ଧୁ ଏହି ଭିଡିଓକୁ ନିଜ ଟୁଇଟର୍‌ରେ ଶେୟାର କରିଛନ୍ତି। ଭିଡିରେ ସେ ସ୍ବାମୀ ଫହାଦ ଅହମ୍ମଦଙ୍କ ପାଖରେ ଠିଆ ହୋଇଥିବା ଦେଖିବାକୁ ମିଳିଛନ୍ତି। ଏହି ସମୟରେ ସ୍ବରା ଗୋଲାପୀ ରଙ୍ଗର ଲେହେଙ୍ଗା ଏବଂ ଅଳଙ୍କାର ପିନ୍ଧିଥିଲେ। ସେ କାନ୍ଦୁଥିବା ଏବଂ ଲୁହ ପୋଛୁଥିବାର ନଜର ଆସିଛନ୍ତି। ସ୍ବରାଙ୍କ ଭାଇ ଇଶାନ ଏବଂ ମା’ ଇରା ଭାସ୍କର ମଧ୍ୟ ଏହି ଭିଡିଓରେ ନଜର ଆସିଛନ୍ତି।
ସ୍ବରାଙ୍କ ସ୍ବାମୀ ସମାଜବାଦୀ ପାର୍ଟିର ଯୁବ ୱିଙ୍ଗର ସଭାପତି। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଏହି ଦମ୍ପତିଙ୍କ ବିବାହ ଉତ୍ସବରେ ଯୋଗ ଦେଇଥିଲେ। ଏହା ବ୍ୟତୀତ ଜୟା ବଚ୍ଚନ ଫହାଦ ଏବଂ ସ୍ବରାଙ୍କ ବିବାହରେ ମଧ୍ୟ ଯୋଗ ଦେଇଥିଲେ।

Share