ଭାଇରାଲ ହେଉଛି ସ୍ୱରାଙ୍କ ନୂଆ ଲୁକ୍‌

ମୁମ୍ବାଇ: ଅଭିନେତ୍ରୀ ସ୍ୱରା ଭାସ୍କର ଅନେକ ସମୟରେ ନିଜ ମନର ବା ହୃଦୟର କଥା କହି ଆସିଥାଆନ୍ତି ଚର୍ଚ୍ଚାକୁ । ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ସ୍ୱରା ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଯେଉଁ ସବୁ ଫଟୋ ପୋଷ୍ଟ କରନ୍ତି ସେଥିମଧ୍ୟରୁ କିଛି ଭାଇରାଲ ହୋଇ ଯାଇଥାଏ । ନିକଟରେ ସେ ତାଙ୍କ ଗୃହ ପ୍ରବେଶର କିଛି ଫଟୋ ଶେୟାର କରିବା ପରେ ତାହା ବି ଭାଇରାଲ ହୋଇଛି । ଏହି ଫଟୋରେ ସ୍ୱରା ଯେମିତି ଖୁବ୍ ଖୁସି ଥିବା ଦେଖାଯାଉଥିବା ବେଳେ ପଣ୍ଡିତଙ୍କ ଗହଣରେ ରହିଥିବା ଦେଖାଯାଇଛି । ଫଟୋ ଶେୟାର କରିବା ସହ ସେ ଲେଖିଛନ୍ତି ପବିତ୍ର ଲାଗୁଛି ହାସ ଟ୍ୟାଗ ଗୃହ ପ୍ରବେଶ । ତେବେ ସ୍ୱରା ଏଥିରେ ସମ୍ପୂର୍ଣ୍ଣ ଦେଶୀ ଗର୍ଲ ଭଳି ନଜର ଆସୁଛନ୍ତି । କାମ କଥା ଯଦି ଆଲୋଚନା କରିବା ତେବେ ଖୁବଶୀଘ୍ର ସେ ମର୍ଡର ମିଷ୍ଟ୍ରିରେ ଜଣେ ଯାଞ୍ଚ ଅଧିକାରୀ ଭାବେ ନଜର ଆସିବେ ।

Share