ପାକିସ୍ତାନବାସୀ ଏବଂ ସୋଏବଙ୍କ ପ୍ରଶଂସା କଲେ ସ୍ବରା; କହିଲେ‘ ବିଶାଳ ହୃଦୟ ପାଇଁ…’

ବମ୍ବେ: ଦିନକୁ ଦିନ ନୂଆ ରେକର୍ଡ କରୁଛି କରୋନାର ଦ୍ୱିତୀୟ ଲହର। ସାରା ଦେଶରେ ପ୍ରତ୍ୟେହ ତିନି ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ସେହିଭଳି ଦୁଇ ହଜାରରୁ ଅଧିକ ଲୋକଙ୍କ କରୋନାରେ ମୃତ୍ୟୁ ଘଟୁଛି। ଭାରତର ଏଭଳି ସମୟରେ ବିଭିନ୍ନ ଦେଶ ସହାୟତାର ହାତ ବଢ଼ାଉଥିବା ଦେଖାଯାଉଛି। ଏହି କ୍ରମରେ ଯୋଡ଼ି ହୋଇଛି ପାକିସ୍ତାନ। ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କଠାରୁ ଆରମ୍ଭ କରି ପାକିସ୍ତାନର ପୂର୍ବ କ୍ରିକେଟର ଶୋଏବ ଅଖ୍‌ତର ସହାୟତା ପାଇଁ ସବୁବେଳେ ପ୍ରସ୍ତୁତ ଥିବା କହିଛନ୍ତି। ଏହାକୁ ପ୍ରଶଂସା କରିଛନ୍ତି ବଲିଉଡ୍‌ର ଅନ୍ୟତମ ବିବାଦୀୟ ଅଭିନେତ୍ରୀ ସ୍ବରା ଭାସ୍କର।

ଅଖ୍‌ତର ଟୁଇଟ୍‌ କରି ଭାରତବାସୀଙ୍କ ସହ ମୋ’ ପ୍ରାର୍ଥନା ରହିଛି। ଶୀଘ୍ର ଏସବୁ ନିୟନ୍ତ୍ରଣକୁ ଆସିବ ବୋଲି ଭରସା ରହିଛି। କାରଣ ଭାରତ ସରକାର ବିପଦ ସହ ମୁକାବିଲା କରିବାରେ ସକ୍ଷମ ବୋଲି ସେ କହିଥିବା ଏକ ଭିଡିଓ ଶେୟାର କରିଥିଲେ। ଭାରତ କୋଭିଡ ୧୯ ସହ ଲଢ଼େଇ କରୁଛି। ସାରା ବିଶ୍ୱ ସହାୟତା ପାଇଁ ଆଗକୁ ଆସିବା ଦରକାର। ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହା ଗୋଟିଏ ମହାମାରୀ। ଏଥିରେ ଆମେ ସବୁ ଏକାଠି ରହିଛୁ। ପରସ୍ପରକୁ ସହଯୋଗ କରିବା ଉଚିତ ବୋଲି ସେ କହିଥିଲେ।

ଏହି ଟୁଇଟ୍‌ର ଜବାବ ଦେଇ ଅଭିନେତ୍ରୀ ଶୋଏବଙ୍କୁ ମାନବିକତା ଏବଂ ବିନମ୍ର ଶବ୍ଦ ପାଇଁ ଧନ୍ୟବାଦ ଜଣାଇଛନ୍ତି। ଏହି ବିପଦ ସମୟରେ ପାକିସ୍ତାନର ସିଭିଲ୍‌ ସୋସାଇଟି ଏବଂ ସୋସିଆଲ ମିଡିଆରେ ଭାରତୀୟଙ୍କ ସହ ଛିଡ଼ା ହେଉଥିବା ଦେଖି ଖୁସି ଲାଗୁଛି। ମାତ୍ର ମିଡିଆ ଏବଂ ଆଗଧାଡ଼ିର କିଛି ଲୋକ ପାକିସ୍ତାନବାସୀଙ୍କ ଆଲୋଚନା ଓ ତାଙ୍କ ବିରୋଧରେ କଟୁ କଥା କହିଆସିଛନ୍ତି। ତଥାପି ଏଭଳି ବିଶାଳ ହୃଦୟ ପାଇଁ ପଡୋଶୀଙ୍କୁ ଧନ୍ୟବାଦ ବୋଲି ସ୍ବରା କହିଛନ୍ତି।

Share