ମିସେଜ ଫଲାନିରେ ୯ଟି ଭିନ୍ନ ଭିନ୍ନ ଚରିତ୍ରରେ ନଜର ଆସିବେ ସ୍ୱରା ଭାସ୍କର

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର ତାଙ୍କ ଅପକମିଂ ମୁଭିରେ ୯ଟି ଭିନ୍ନ ଭିନ୍ନ ଚରିତ୍ରରେ ନଜର ଆସିବେ । କିଛି ଭଲ ମୁଭିରେ କାମ କରି ସ୍ୱରା ବଲିଉଡରେ ଏବେ ଜଣେ ଆଗଧାଡିର ନାୟିକାର ପରିଚୟ ପାଇଛନ୍ତି ।
ଅଭିନେତ୍ରୀ ତାଙ୍କ ଅପକମିଂ ଫିଲ୍ମ ମିସେଜ ଫଲାନିରେ ପୁରୁଣା ଜମାନାର ଫ୍ୟାଶନକୁ ଦୋହରାଇଛନ୍ତି । ଯେଉଁଥିରେ ସେ ୯ଟି ଭିନ୍ନ ଭିନ୍ନ ଅବତାରରେ ୯ଟି ଭିନ୍ନ ଚରିତ୍ରରେ ନଜର ଆସିବେ । ଏହି ଚରିତ୍ର ଗୁଡିକର ବୟସ ୩୦-୪୨ ବର୍ଷ ମଧ୍ୟରେ ରହିବ । ଚରିତ୍ର ସବୁର ୯ଟି ଭିନ୍ନ ଭିନ୍ନ ରାଜ୍ୟ ସହ ସମ୍ପର୍କ ଥିବ ।
ନିଜ ଏକ୍ସପିରିୟନ୍ସ ଶେୟାର କରି ସ୍ୱରା କହିଛନ୍ତି ମିସେଜ ଫଲାନି ମୋ ଜୀବନର ସବୁଠାରୁ ବଡ ଚ୍ୟାଲେଞ୍ଜିଂ ମୁଭି ହେବାକୁ ଯାଉଛି । ନିସନ୍ଦେହ ଗୋଟିଏ ମୁଭିରେ ଏକାଥରେ ଏତେଗୁଡିଏ କ୍ୟାରେକ୍ଟରରେ ଅଭିନୟ କରିବା ଏକ ସ୍ୱପ୍ନ ହୋଇଥାଏ । ବାସ୍ତବରେ ମୁଁ ଏହାକୁ ନେଇ ଅଭିଭୁତ ।
ଏହି ମୁଭିରେ ସ୍ୱରା ଉତ୍ତର ପ୍ରଦେଶ, ମହାରାଷ୍ଟ, ରାଜସ୍ଥାନ, ପଞ୍ଜାବ ଭଳି ରାଜ୍ୟ ସହ ସମ୍ପର୍କ ଥିବା ଗୃହିଣୀ ଭୂମିକାରେ ନଜର ଆସିବେ । ଫିଲ୍ମ ପାଇଁ ସେ ତାଙ୍କ ନାକ ବି ଫୋଡିଛନ୍ତି ।
ସ୍ୱରାଙ୍କ ପୂର୍ବରୁ ପ୍ରିୟଙ୍କା ଚୋପ୍ରାବି ଗୋଟିଏ ମୁଭିରେ ୧୨ଟି ଚରିତ୍ରରେ ଅଭିନୟ କରିଛନ୍ତି ।

Share