ପୁରୀ ଅଫିସ,୧୪।୮: ଆସନ୍ତା ୧୬ ତାରିଖରୁ ବାହାର ଜିଲାବାସୀଙ୍କ ପାଇଁ ପୁରୀ ସ୍ବର୍ଗଦ୍ୱାର ଖୋଲା ହେବ। ଏଣିକି ଜିଲା ବାହାର ଲୋକେ ନିଜ ପରିଜନଙ୍କ ମୃତଦେହ ସ୍ବର୍ଗଦ୍ୱାରରେ ସତ୍କାର କରିପାରିବେ। ଏହି ସମୟରେ କୋଭିଡ କଟକଣାକୁ କଡ଼ାକଡି ଭାବେ ପାଳନ କରାଯିବ।
ଏ ନେଇ ପୁରୀ ଜିଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି। ଦୀର୍ଘ ଦିନ ପରେ କରୋନା ଗ୍ରାଫ ତଳମୁହାଁ ଥିବାରୁ ସ୍ବର୍ଗଦ୍ୱାରରେ ସତ୍କାର ଅନୁମତି ଦିଆଯାଇଛି। ହେଲେ ମୃତକଙ୍କ କୋଭିଡ ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି। ଏହାବାଦ ଶନିବାର, ରବିବାର ଶଟଡାଉନରେ ମଧ୍ୟ ସ୍ବର୍ଗଦ୍ୱାର ଖୋଲା ରହିବ।