ଅଷ୍ଟ୍ରେଲିଆରେ ପ୍ରବଳ ବନ୍ୟା: ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରୁଛନ୍ତି ସାପ, ବୃଢିଆଣୀ

କାନବେରା,୨୩।୩: ଅଷ୍ଟ୍ରେଲିଆର ଜନବହୁଳ ରାଜ୍ୟ ନ୍ୟୁ ସାଉଥ ୱେଲ୍ସରେ ପ୍ରବଳ ବର୍ଷା ବିଭିନ୍ନ ସ୍ଥାନରେ ବନ୍ୟା ସୃଷ୍ଟି ହୋଇଛି। ମଣିଷମାନଙ୍କ ସହିତ ପଶୁମାନେ ମଧ୍ୟ ନିଜ ଜୀବନ ବଞ୍ଚାଇବାକୁ ଦୌଡୁଛନ୍ତି। ଆଜିକାଲି ସୋସିଆଲ ମିଡିଆରେ ଏହିପରି କିଛି ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ପ୍ରବଳ ବର୍ଷା ହେତୁ ସବୁ ସ୍ଥାନରେ ଜଳ ସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏଭଳି ପରିସ୍ଥିତିରେ ଜଙ୍ଗଲରେ ରହୁଥିବା ବୁଢିଆଣୀ ଏବଂ ସାପମାନେ ନିଜ ଜୀବନକୁ ବଞ୍ଚାଇବା ପାଇଁ ଉଚ୍ଚ ସ୍ଥାନକୁ ଦୌଡୁଛନ୍ତି। ଦେଶର ପୂର୍ବ ଉପକୂଳରେ ଏବେ ବି ବର୍ଷା ହେଉଛି ଏବଂ ହଜାର ହଜାର ଲୋକ ନିଜ ଘର ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ଏହା ସହିତ ରିଲିଫ ଅପରେସନ ଅଧୀନରେ ଶହ ଶହ ଲୋକଙ୍କୁ ଉଦ୍ଧାର କରାଯାଇଛି। ସୋମବାର ସୁଦ୍ଧା ରାଜ୍ୟରେ ପ୍ରାୟ ୧୮,୦୦୦ ଲୋକଙ୍କୁ ଉଦ୍ଧାର କରାଯାଇଛି।

Share