Categories: ଖେଳ

ବ୍ୟାଡମିଣ୍ଟନରେ ସ୍ବସ୍ତିକ-ଚିରାଗ ଯୋଡିଙ୍କୁ ସ୍ବର୍ଣ୍ଣ…

ହାଙ୍ଗଝୋ,୭।୧୦: ଏସିଆନ ଗେମ୍ସରେ ସ୍ବସ୍ତିକ-ଚିରାଗ ଯୋଡି ବ୍ୟାଡମିଣ୍ଟନ ପୁରୁଷ ଡବଲ୍ସରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଭାରତ ପ୍ରଥମ ଥର ପାଇଁ ଏସୀୟ ଗେମ୍ସରେ ବ୍ୟାଡମିଣ୍ଟନରେ ସ୍ବର୍ଣ୍ଣ ପଦକ ଜିତିଛି। ଏହି ଯୋଡି କମନୱେଲଥ ଗେମ୍ସରେ ସ୍ବର୍ଣ୍ଣ ଏବଂ ଗତ ବର୍ଷ ବିଶ୍ୱ ଚାମ୍ପିଅନସିପରେ ବ୍ରୋଞ୍ଜ ଜିତିଥିଲେ।

ବର୍ତ୍ତମାନ ଦୁହେଁ ଏସିଆନ ଗେମ୍ସରେ ମଧ୍ୟ ଇତିହାସ ସୃଷ୍ଟି କରିଛନ୍ତି।

ଭାରତୀୟ ଯୋଡି କୋରିଆର କିମ ୱଙ୍ଗ ଏବଂ ଚୋଇ ସୋଲଙ୍କ କୋରିଆ ଯୋଡିଙ୍କୁ ୨୧-୧୮ ଏବଂ ୨୧-୧୬ ସେଟରେ ପରାସ୍ତ କରିଛନ୍ତିସ୍‌। ଏସୀୟ ଖେଳ ଇତିହାସରେ ବ୍ୟାଡମିଣ୍ଟନରେ ଏହା ଭାରତର ପ୍ରଥମ ସ୍ବର୍ଣ୍ଣ ପଦକ। ଏହାପୂର୍ବରୁ ଭାରତ ଏକକ, ଡବଲ୍ସ, ବ୍ୟକ୍ତିଗତ କିମ୍ବା ଦଳ ଇଭେଣ୍ଟରେ ବ୍ୟାଡମିଣ୍ଟନରେ ସ୍ବର୍ଣ୍ଣ ପଦକ ଜିତି ନ ଥିଲା।

Share