କାଲିଫର୍ନିଆରେ ସ୍ବସ୍ତିକ ଚିହ୍ନକୁ ସ୍ବୀକୃତି

ଓ୍ବାଶିଂଟନ୍‌, ୨୬ା୮:ଆମେରିକାର କାଲିଫର୍ନିଆ ବିଧାନସଭା ରାଜ୍ୟର ଦଣ୍ଡବିଧି ଆଇନରେ ପବିତ୍ର ସ୍ବସ୍ତିକ ଚିହ୍ନକୁ ସ୍ଥାନିତ କରିବା ପାଇଁ ସ୍ବୀକୃତି ଦେଇଛି। ଏଥିସହ ଜର୍ମାନୀର ଏକଛତ୍ରବାଦୀ ଶାସକ ଆଡଲ୍ଫ ହିଟ୍‌ଲରଙ୍କ ସ୍ବସ୍ତିକ ଚିହ୍ନ ‘ହ୍ୟାକେନ୍‌କ୍ରେୟୁଜ୍‌’କୁ ଏକ ଘୃଣ୍ୟ ପ୍ରତୀକ ରୂପେ ବିବେଚନା ଲାଗି ମଧ୍ୟ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ହୋଇଛି। କାଲିଫର୍ନିଆ ହେଉଛି ସର୍ବାଧିକ ଭାରତୀୟ ବଂଶୋଦ୍ଭବ ବସବାସ କରୁଥିବା ଏକ ଆମେରିକୀୟ ରାଜ୍ୟ। ସେଠାକାର ଭାରତୀୟମାନେ ଦୀର୍ଘବର୍ଷ ଧରି ସ୍ବସ୍ତିକ ଚିହ୍ନକୁ ନେଇ ଆଇନ ଆଣିବା ପାଇଁ ଦାବି କରିଆସୁଥିଲେ। ଗତ ସପ୍ତାହରେ ଗୃହୀତ ହୋଇଥିବା ବିଲ୍‌ ଏବେ ଗଭର୍ନର ଗଭିନ୍‌ ନ୍ୟୁଜୋମ୍‌ଙ୍କ ଟେବୁଲକୁ ଯାଇଛି। ଏଥିରେ ସେ ସ୍ବାକ୍ଷର କରିବା ପରେ ସ୍ବସ୍ତିକ ଚିହ୍ନକୁ ଆଇନତଃ ବୈଧ ଘୋଷଣା କରିବାରେ କାଲିଫର୍ନିଆ ହେବ ଆମେରିକାର ପ୍ରଥମ ରାଜ୍ୟ।

Share