Posted inଜାତୀୟ

‘ସ୍ବାତୀ ମାଲିଓ୍ବାଲ ଭାଜପାର ମୋହରା’

ନୂଆଦିଲ୍ଲୀ,୧୭।୫: ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମପି ସ୍ବାତୀ ମାଲିୱାଲଙ୍କ ମାମଲା ଦିନକୁ ଦିନ ବିବାଦ ଘେରକୁ ଟାଣି ହେବାରେ ଲାଗିଛି। ଯେଉଁଥିରେ ଏଏପି ଅଡୁଆରେ ପଡିଛି। ତେବେ ଶୁକ୍ରବାର ସକାଳେ ଏସମ୍ପର୍କିତ ଭିଡିଓ ସୋସିଆଲ ମିଡିଆ ଏକ୍ସ’ ରେ ଭାଇରାଲ ହୋଇଛି। ଏଥିସହ ସ୍ବାତୀ ମଧ୍ୟ ପୋଲିସ ପାଖରେ ଏନେଇ ମାମଲା ରୁଜୁ କରିଛନ୍ତି। ଯେଉଁଥିରେ ତାଙ୍କର ଛାତି ଓ ପେଟରେ ଗୁରୁତର ଆଘାତ ଲାଗିଥିବା ସେ ଦର୍ଶାଇଛନ୍ତି। ଏହାକୁ ନେଇ ସଂଧ୍ୟାରେ ଏଏପି ପ୍ରେସମିଟ୍‌ କରିଛି। ଯେଉଁଥିରେ ଦିଲ୍ଲୀର ଶିକ୍ଷାମନ୍ତ୍ରୀ ଆତିଶୀ ମାରଲେନା ବଡ଼ ବୟାନ ଦେଇଛନ୍ତି।

ସେ କହିଛନ୍ତି, ସ୍ବାତୀ ମାଲିୱାଲଙ୍କୁ ଭାଜପାର ଚେହେରା ଓ ମୋହରା ସାଜିଛନ୍ତି। ସେ କାହାକୁ ନ ଜଣାଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିଲେ। ତାଙ୍କର ଉଦ୍ଦେଶ୍ୟ ଥିଲା ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିବା, କିନ୍ତୁ ସେତେବେଳେ ସିଏମ ଘରେ ନ ଥିଲେ।

ଆତିଶୀ ଆହୁରି କହିଛନ୍ତି, ଅରବିନ୍ଦ କେଜରିୱାଲ ଜାମିନ ପାଇବା ପରଠାରୁ ଭାଜପା ନର୍ଭସ ଅଛି। ଷଡଯନ୍ତ୍ର କରି ଭାଜପା ସ୍ବାତୀଙ୍କୁ ମେ ୧୩ ସକାଳେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ପଠାଇଥିଲା। ଯେତେବେଳେ ତାଙ୍କ ବାସଭବନରେ ସିଏମ ମିଳି ନ ଥିଲେ, ସେତେବେଳେ ସେ ତାଙ୍କ PA ବୈଭବ କୁମାରଙ୍କୁ ଅଭିଯୋଗ କରିଥିଲେ। ଆଜି ସାମ୍ନାକୁ ଆସିଥିବା ଭିଡିଓରୁ ଅନେକ କିଛି ସ୍ପଷ୍ଟ ହୋଇ ଯାଇଛି।

ସେ ଆହୁରି ଦାବି କରିଛନ୍ତି ଯେ, ଯେଉଁ ଭିଡିଓ ସାମ୍ନାକୁ ଆସିଛି ତାହା ସ୍ବାତୀଙ୍କ ଅଭିଯୋଗର ସମ୍ପୂର୍ଣ୍ଣ ବିପରୀତ। ଭିଡିଓରୁ ଅନେକ କିଛି ସ୍ପଷ୍ଟ ହୋଇଯାଇଛି । ଭିଡିଓରେ ସ୍ବାତୀ ମାଲିୱାଲ ବିବେକଙ୍କୁ ଧମକ ଦେବା ସହ ତାଙ୍କୁ ନେଇ ଅଭିଯୋଗ କରିବାକୁ କହୁଛନ୍ତି। ଉଚ୍ଚ ସ୍ବରରେ କଥାବାର୍ତ୍ତା କରୁଛନ୍ତି। କେବଳ ଏତିକି ନୁହେଁ ସେ ସେଠାରେ ଉପସ୍ଥିତ ଥିବା ସୁରକ୍ଷା କର୍ମୀଙ୍କୁ ମଧ୍ୟ ଧମକ ଦେଉଛନ୍ତି।

ସ୍ବାତୀଙ୍କ ଅଭିଯୋଗ ମିଥ୍ୟା ଅଟେ। ବୈଭବ ଆଜି ଦିଲ୍ଲୀ ପୋଲିସକୁ ମଧ୍ୟ ଅଭିଯୋଗ କରିଛନ୍ତି। ସେ ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ସ୍ବାତୀଙ୍କ ପାଖରେ କୌଣସି ଆପୋଏଣ୍ଟମେଣ୍ଟ ନ ଥିଲା, କିନ୍ତୁ ସେ ଫାଟକରେ ମିଛ କହିଥିଲେ। ଯେତେବେଳେ ଡ୍ୟୁଟିରେ ଥିବା ପୋଲିସ ଆପୋଏଣ୍ଟମେଣ୍ଟ ଲିଷ୍ଟ ଯାଞ୍ଚ କରିଥିଲେ, ସେଥିରେ ତାଙ୍କ ନାମ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କୁ ପୁଣି ଧମକ

ମୁମ୍ବାଇ,୧୮ା୧୦: ଅଭିନେତା ସଲମାନ ଖାନଙ୍କୁ ପୁଣି ଧମକ ମିଳିଛି। ହ୍ବାଟ୍ସଆପ୍‌ରେ ମୁମ୍ବାଇ ଟ୍ରାଫିକ୍‌ ପୋଲିସକୁ ଏପରି ଧମକପୂର୍ଣ୍ଣ ମେସେଜ ଆସିଛି। ଏଥିରେ ସଲମାନଙ୍କଠାରୁ ୫ କୋଟି...

ଓଲଟା ସାମ୍ନା କରିବେ ନା ନିଜେ ଓଲଟି ଯିବେ ନୀତୀଶ? ପୁଣି ଅଡୁଆରେ ବିହାର ସରକାର

ପାଟନା,୧୭।୧୦: ବିହାରରେ ମଦ ଉପରେ ନିଷେଧାଦେଶ ଜାରି କରାଯାଇଥିବା ବେଳେ ଯେଉଁମାନେ ବେଆଇନ ମଦ ବ୍ୟବସାୟ କରୁଛନ୍ତି ସେମାନେ ପୁଣି ଥରେ ସରକାରଙ୍କୁ ଏକ ଶକ୍ତ...

ୟୁପିରେ ହେଉଛି ନକଲି ଏନକାଉଣ୍ଟର, ଯୋଗୀ ତାଙ୍କ ଆସନକୁ ବଞ୍ଚାଇବାକୁ…

ଲକ୍ଷ୍ନୌ,୧୭।୧୦: ଉତ୍ତର ପ୍ରଦେଶ ପୋଲିସ ଗୁରୁବାର ବହରାଇଚ ହିଂସା ଏବଂ ରାମ ଗୋପାଳ ମିଶ୍ରଙ୍କ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି। ଏହି ଏନକାଉଣ୍ଟରରେ ଦୁଇ...

କେଉଁଠୁ ଆସୁଛି ବିମାନକୁ ବୋମାରେ ଉଡାଇ ଦେବାର ଧମକ, ଗୁଇନ୍ଦା ଏଜେନ୍ସି ହାତରେ ଲାଗିଲା ବଡ ତଥ୍ୟ

ନୂଆଦିଲ୍ଲୀ,୧୭।୧୦: ସୋସିଆଲ ମିଡିଆରେ ବିଭିନ୍ନ ବିମାନକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିବାର କିଛି ଦିନ ପରେ କେନ୍ଦ୍ରୀୟ ଗୁପ୍ତଚର ସଂସ୍ଥା ଲଣ୍ଡନ ଏବଂ ଜର୍ମାନୀର...

ବିଦେଶରେ ବସିଥିବା ଲୋକ ଚଲାଉଛନ୍ତି କଂଗ୍ରେସ ଅଧ୍ୟକ୍ଷଙ୍କ ଫେସବୁକ ଆକାଉଣ୍ଟ, ଖାର୍ଗେଙ୍କ ଉପରେ ବଡ ଅଭିଯୋଗ

ନୂଆଦିଲ୍ଲୀ,୧୭।୧୦: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ନାମରେ ଏକ ଭେରିଫାଏଡ ଫେସବୁକ ପେଜ୍‌କୁ ଦର୍ଶାଇ ଭାଜପା ଅଭିଯୋଗ କରିଛି ଯେ କଂଗ୍ରେସ ଅଧ୍ୟକ୍ଷଙ୍କ ଇଣ୍ଟରନେଟ ମିଡିଆ...

 ସରକାରଙ୍କ ଚିନ୍ତା ବଢ଼ାଉଛି ବିଷାକ୍ତ ମଦ ମୃତ୍ୟୁ

ପାଟନା,୧୭ା୧୦: ୨୦୧୬ରୁ ମଦକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବା ବିହାରରେ ମଦମୃତ୍ୟୁ। ରାଜ୍ୟର ସିଓ୍ବାନ ଏବଂ ସରନ୍‌ ଜିଲାରେ ବିଷାକ୍ତ ମଦ ପିଇ ଅନୂ୍ୟନ ୨୫ ଜଣ...

ଦିଲ୍ଲୀରୁ କେଜରିଓ୍ବାଲଙ୍କ ବିଦାୟ ହେବା ନିଶ୍ଚିତ: ବିରେନ୍ଦ୍ର ସଚଦେବା

ନୂଆଦିଲ୍ଲୀ,୧୭।୧୦: ଦିଲ୍ଲୀ ଭାଜପା ରାଜ୍ୟ ସଭାପତି ବିରେନ୍ଦ୍ର ସଚଦେବ ଗୁରୁବାର ଆଇଏନଏସ ସହ କଥାବାର୍ତ୍ତା ବେଳେ କେଜରିୱାଲଙ୍କ ଚିଠି ଏବଂ କଂଗ୍ରେସର ‘ନ୍ୟାୟ-ରଥ’କୁ ନେଇ ପ୍ରତିକ୍ରିୟା...

ତମନ୍ନା ଭାଟିଆଙ୍କୁ ଜେରା କଲା ଇଡି, କାହିଁକି ଜାଣନ୍ତୁ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)ପଚରାଉଚରା କରୁଛି। ମହାଦେବ ବେଟିଂ ଆପ୍‌ ସହାୟକ ଆପ ଫେୟାର ପ୍ଲେରେ ଆଇପିଏଲ ମ୍ୟାଚକୁ ପ୍ରମୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri