Categories: ଜାତୀୟ

ଭାଜପାର ଏଜେଣ୍ଟ କହିବାରୁ ସ୍ବାତୀ ମାଲିଓ୍ବାଲଙ୍କ କାଉଣ୍ଟର, କେଜରିଓ୍ବାଲଙ୍କୁ କହିଲେ ଗୁଣ୍ଡା

ନୂଆଦିଲ୍ଲୀ,୧୭।୫: ଆମ ଆଦମୀ ପାର୍ଟିର ଅଡ଼ୁଆ ବଢିବାରେ ଳାଗିଛି। କାରଣ ରାଜ୍ୟ ସଭା ଏମପି ସ୍ବାତୀ ମାଲିୱାଲଙ୍କ ବିବାଦ ଏବେ ଉଗ୍ର ରୂପରେ ମୁଣ୍ଡ ଟେକିବାରେ ଲାଗିଛି। ଶୁକ୍ରବାର ସଂଧ୍ୟାରେ ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ଆତିଶୀ ଏକ ସାମ୍ବାଦିକ ସମ୍ମିଳନୀ କରି ସ୍ବାତୀଙ୍କ ଅଭିଯୋଗକୁ ମିଥ୍ୟା ବୋଲି କହିବା ସହ ତାଙ୍କୁ ଭାଜପା ଷଡଯନ୍ତ୍ରର ମୋହରା ବୋଲି କହିଥିଲେ। ଯାହାକୁ କାଉଣ୍ଟର କରିଛନ୍ତି ସ୍ବାତୀ।

ସ୍ବାତୀ ମାଲିୱାଲ X ରେ ଏକ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଗତକାଲି ଦଳକୁ ଆସିଥିବା ନେତାମାନେ ୨୦ବର୍ଷର ପୁରୁଣା କର୍ମୀଙ୍କୁ ଭାଜପାର ଏଜେଣ୍ଟ ବୋଲି କହିଛନ୍ତି। ଦୁଇ ଦିନ ପୂର୍ବେ ପାର୍ଟି ପ୍ରେସମିଟ୍‌ରେ ମୋ ସହିତ ହୋଇଥିବା ଘଟଣାକୁ ସ୍ବୀକାର କରିଥିଲା କିନ୍ତୁ ଆଜି ୟୁ-ଟର୍ନ ନେଇଛି । ଏହି ଗୁଣ୍ଡା ଦଳକୁ ଧମକ ଦେଉଛି। ଯଦି ମୁଁ ଗିରଫ ହୁଏ, ତେବେ ମୁଁ ସବୁ ରହସ୍ୟ ଖୋଲିଦେବି। ସେଥିପାଇଁ ସେ ଲକ୍ଷ୍ନୌରୁ ନେଇ ସବୁଆଡେ ଆଶ୍ରୟସ୍ଥଳୀରେ ଖୋଜି ବୁଲୁଛି।

ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଆଜି ତାଙ୍କରି ଚାପରେ ଦଳ ପରାଜୟକୁ ଗ୍ରହଣ କରିଛି ଏବଂ ମୋର ଚରିତ୍ରକୁ ନେଇ ପ୍ରଶ୍ନ ଉଠାଇଛି। କିଛି ଅସୁବିଧା ନାହିଁ, ମୁଁ ଦେଶର ମହିଳାମାନଙ୍କ ପାଇଁ ଏକାକୀ ଲଢେଇ କରିଛି। ଏବେ ନିଜ ପାଇଁ ଏକା ଲଢିବି। ଚରିତ୍ର ସଂହାର କର, ଯେତେବେଳେ ସମୟ ଆସିବ ପୁରା ସତ ସାମ୍ନାକୁ ଆସିବ।

Share