କଙ୍ଗନାଙ୍କ ଚିକିତ୍ସା ଜରୁରୀ, ଫେରାଇ ନିଆଯାଉ ପଦ୍ମଶ୍ରୀ: ସ୍ୱାତି ମାଲିୱାଲ

ନୂଆଦିଲ୍ଲୀ,୧୪ ।୧୧: ଦିଲ୍ଲୀ ମହିଳା କମିଶନର ଅଧ୍ୟକ୍ଷା ସ୍ୱାତି ମାଲିୱାଲ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ପତ୍ର ଲେଖିଛନ୍ତି । ସେ ଉକ୍ତ ପତ୍ରରେ ଲେଖିଛନ୍ତି କି ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ପଦ୍ମଶ୍ରୀ ସମ୍ମାନ ଫେରାଇ ନିଆଯାଉ । କଙ୍ଗନା ଶହୀଦଙ୍କୁ ଅପମାନ ଦେଇଛନ୍ତି, ତେଣୁ ତାଙ୍କ ପଦ୍ମଶ୍ରୀ ଫେରାଇ ନିଆଯାଉ । ଏହାସହ ତାଙ୍କ ନାଁରେ ଦେଶଦ୍ରୋହ ଧାରାରେ ଏଫ୍‌ଆଇଆର୍ ଦିଆଯାଉ । ସ୍ୱାତି ମାଲିୱାଲ ରାଷ୍ଟ୍ରପତିଙ୍କୁ ଚିଠି ଲେଖିବା ସହ ଏହାର ଏକ କପି ଟୁଇଟରରେ ଶେୟାର କରି ଲେଖିଛନ୍ତି, ‘କଙ୍ଗନା ରାଣାୱତ ଏମିତି ମହିଳା ଯାହାଙ୍କୁ ଗାନ୍ଧୀ, ଭଗତ ସିଂଙ୍କ ବଳିଦାନ ମଜା ଭଳି ଲାଗୁଛି, ଲକ୍ଷ ଲକ୍ଷ ଲୋକଙ୍କ ତ୍ୟାଗ, ତପସ୍ୟାରେ ମିଳିଥିବା ସ୍ୱାଧିନତା ତାଙ୍କୁ ଭିକ୍ଷା ଭଳି ଲାଗୁଛି । ତାଙ୍କୁ ପୁରସ୍କାର ନୁହେଁ ଚିକିତ୍ସାର ଆବଶ୍ୟକତା ରହିଛି । ମୁଁ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଛି, ତାଙ୍କ ପୁରସ୍କାର ଶ୍ରୀଘ୍ର ଫେରାଇ ନିଆଯାଉ ଓ ତଙ୍କ ନାଁରେ ଏଫ୍‌ଆଇଆର ଦିଆଯାଉ ।

Share