ଇଣ୍ଡିମେଣ୍ଟର ବଡ଼ ବଡ଼ ନେତାଙ୍କୁ ଚିଠି ଲେଖିଲେ ଶ଼୍ବାତୀ

ନୂଆଦିଲ୍ଲୀ, ୧୮।୬: ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ଏମ୍‌ପି ଶ଼୍ବାତୀ ମାଲୱଲ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଆବାସରେ ହୋଇଥିବା ଘଟଣା ପରେ ପୁଣି ସେ ମିଡିଆ ସାମ୍ନାକୁ ଆସିଛନ୍ତି । ଶ଼୍ବାତୀ ତାଙ୍କର ମାମଲା ସମ଼୍ବନ୍ଧରେ ଆଲୋଚନା ପାଇଁ ଇଣ୍ଡି ମେଣ୍ଟର ବଡ଼ ବଡ଼ ନେତାଙ୍କୁ ଚିଠି ଲେଖିଛନ୍ତି । ସେମାନଙ୍କୁ ଭେଟିବାକୁ ସମୟ ମାଗିଛନ୍ତି ।

ଏନେଇ ଶ଼୍ବାତୀ ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ ସେୟାର କରିଛନ୍ତି । ୧୮ ବର୍ଷଧରି ସେ ତଳ ସ୍ତରରେ କାର୍ଯ୍ୟ କରିଛନ୍ତି । ୯ ବର୍ଷ ମଧ୍ୟରେ ସେ ୧.୭ ଲକ୍ଷ ମାମଲା ମହିଳା ଆୟୋଗରେ ଶୁଣାଣି କରିଛନ୍ତି । କାହାକୁ ନଡରି ଏବଂ କାହା ଆଗରେ ମୁଣ୍ଡ ନ ନୁଆଁଇ ମହିଳା ଆୟୋଗକୁ ଏକ ଉଚ୍ଚ ସ୍ଥାନରେ ପହଞ୍ଚାଇଛି । କିନ୍ତୁ ଦୁଃଖର ବିଷୟ ପ୍ରଥମେ ମତେ ମୁଖ୍ୟମନ୍ତ୍ରୀଙ୍କ ଘରେ ମାଡ଼ ମରାଗଲା, ପରେ ମୋ ଚରିତ୍ରକୁ ନେଇ ଆଲୋଚନା ହେଲା । ଏଥିପାଇଁ ମୁଁ ଇଣ୍ଡି ମେଣ୍ଟର ବଡ଼ ବଡ଼ ନେତାଙ୍କୁ ଚିଠି ଲେଖିଛି । ସମସ୍ତଙ୍କ ସହ ଭେଟ ପାଇଁ ମୁଁ ସମୟ ମାଗିଛି ବୋଲି ସେ ଏଥିରେ ଲେଖିଛନ୍ତି ।

Share