Categories: ଖେଳ

ସ୍ବସ୍ତି, ପିଟର ପାଇବେ ଓସ୍‌ଜା ପୁରସ୍କାର

ଭୁବନେଶ୍ୱର, ୧୩।୩ (କ୍ରୀଡ଼ା ପ୍ରତିନିଧି): ଓଡ଼ିଶାର ପ୍ରତିଭାସମ୍ପନ୍ନ ସାଇକ୍ଲିଷ୍ଟ ସ୍ବସ୍ତି ସିଂ ଏବଂ ପୂର୍ବତନ ହକି ଖେଳାଳି ପିଟର ତିର୍କୀ ଚଳିତ ବର୍ଷର ଓସ୍‌ଜା (ଓଡ଼ିଶା ସ୍ପୋଟର୍‌ସ ଜର୍ନାଲିଷ୍ଟ ଆସୋସିଏଶନ) ବାର୍ଷିକ କ୍ରୀଡ଼ା ପୁରସ୍କାର ପାଇବେ। ଗତବର୍ଷର ସଫଳତା ପାଇଁ ସ୍ବସ୍ତିଙ୍କୁ ଶ୍ରେଷ୍ଠ କ୍ରୀଡ଼ାବିତ୍‌ ଏବଂ ପିଟରଙ୍କୁ ଲାଇଫ୍‌ଟାଇମ୍‌ ଆଚିଭମେଣ୍ଟ ପୁରସ୍କାର ପ୍ରଦାନ କରାଯିବ। ଆସନ୍ତା ୨୧ରେ କଟକ ବାରବାଟୀ ଷ୍ଟାଡିୟମସ୍ଥିତ ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ସମ୍ମିଳନୀ ଗୃହରେ ଓସ୍‌ଜାର ଅଷ୍ଟମ ପ୍ରତିଷ୍ଠା ଦିବସ ଅବସରରେ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ଅନୁଷ୍ଠାନର ସଭାପତି ସନ୍ଦୀପ ମିଶ୍ର ଓ ସମ୍ପାଦକ ଦେବୀ ପ୍ରସନ୍ନ ମହାନ୍ତି ପ୍ରକାଶ କରିଛନ୍ତି।

ଦୁଇ କ୍ରୀଡ଼ା ବ୍ୟକ୍ତିତ୍ୱଙ୍କୁ ପ୍ରଶସ୍ତି ପତ୍ର, ଉତ୍ତରୀୟ ଏବଂ ୨୫ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇ ସମ୍ମାନିତ କରାଯିବ। ସ୍ପୋଟର୍‌ସ ଜର୍ନାଲିଷ୍ଟ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏସ୍‌ଜେଏଫ୍‌ଆଇ) ସହ ଅନୁବନ୍ଧିତ ଓସ୍‌ଜା ୨୦୧୮ରୁ ବାର୍ଷିକ ପୁରସ୍କାର ପ୍ରଦାନ କରି ଆସୁଛି। ୨୦୨୨ରେ ଅଲିମ୍ପିଆନ ବୀରେନ୍ଦ୍ର ଲାକ୍ରା ଓ କିମ୍ବଦନ୍ତୀ ବାସ୍କେଟବଲ ଖେଳାଳି ତଥା ପ୍ରଶିକ୍ଷକ ଅରୂପାନନ୍ଦ ରାଉତରାୟଙ୍କୁ ପୁରସ୍କୃତ କରାଯାଇଥିଲା।

 

Share