ଭଗବାନ ରାମ ସ୍ବଂୟବରରେ ମା’ ସୀତାଙ୍କୁ ବିବାହ କରିବା ପାଇଁ ଭଗବାନ ଶିବଙ୍କ ଧନୁ ଭାଙ୍ଗିଥିଲେ ବୋଲି ରାମାୟଣରେ ବର୍ଣ୍ଣିତ ଅଛି। ଠିକ୍ ସେହିଭଳି ବିହାରର ସରନ ଜିଲାର ସୋନପୁର ବ୍ଲକ ସବଲପୁର ଅଞ୍ଚଳରେ ଆୟୋଜିତ ହୋଇଥିଲା ଧନୁଷ ସ୍ବଂୟବର। ତେବେ ଏଥିରେ ରାମାୟଣ ଭଳି କନ୍ୟାଙ୍କ ହାତ ଜିତିବା ପାଇଁ ବହୁ ପ୍ରତିଦ୍ୱନ୍ଦ୍ୱୀ ନ ଥିଲେ। ଧନୁ ଭାଙ୍ଗିବା ପୂର୍ବରୁ ଭଗବାନ ଶିବଙ୍କୁ ସ୍ମରଣ କରିଥିଲେ ଏକମାତ୍ର ବର ପ୍ରାର୍ଥୀ। ଧନୁ ଭାଙ୍ଗିବା ପରେ ବରଙ୍କ ଉପରେ ଫୁଲ ବର୍ଷା କରିଥିଲେ ଉପସ୍ଥିତ ଥିବା ଅତିଥି। ଏହାପରେ ବର ଓ କନ୍ୟା ପରସ୍ପରକୁ ଫୁଲମାଳ ପିନ୍ଧାଇଥିଲେ। ଏହି ବିବାହର ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି।
ଏହି ବିବାହକୁ ନେଇ ଜିଲାରେ ବେଶ୍ ଚର୍ଚ୍ଚା ହେଉଛି। ତେବେ ବିବାହ ଉତ୍ସବରେ କୋଭିଡ୍ ନିୟମର ପାଳନ ହୋଇ ନ ଥିଲା। ଏହାର ପ୍ରମାଣ ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି।