ଚଣ୍ଡିଗଡ଼,୨୬ ।୯: ପଞ୍ଜାବର ନୂଆ କ୍ୟାବିନେଟ ମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ଆରମ୍ଭ ହୋଇ ଯାଇଛି । ଶପଥ ଗ୍ରହଣ ପୂର୍ବରୁ ମନ୍ତ୍ରୀଙ୍କ ସୂଚିରେ ବଡ ଧରଣର ଅଦଳବଦଳ କରାଯାଇଛି । ଫତେହଗଡ଼ ସାହିବର ବିଧାୟକ କୁଲଜିତ ସିଂ ନାଗରାଙ୍କ ସ୍ଥାନରେ ଅମଲୋହର ବିଧାୟକ କାକା ରଣଦୀପଙ୍କ ନାଁ ସାମିଲ କରାଯାଇଛି । ବହୁ ବିରୋଧ ପରେ ବି ରାଣା ଗୁରଜିତ ସିଂ ମନ୍ତ୍ରୀ ପଦର ଶପଥ ନେଇଛନ୍ତି । ସୂଚନାଯୋଗ୍ୟ, ଶପଥ ଗ୍ରହଣ ପୂର୍ବରୁ ରାଣାଙ୍କୁ ବିରୋଧ କରି ୬ ଜଣ ବିଧାୟକ ନବଜୋତ ସିଂ ସିଦ୍ଧୁଙ୍କୁ ଚିଠି ଲେଖିଥିଲେ । ତାଙ୍କ ସ୍ଥାନରେ ଅନୁସୂଚିତ ଜାତିର ଜଣେ ବିଧାୟକଙ୍କୁ ମନ୍ତ୍ରୀ କରାଯିବାକୁ ଦାବି କରାଯାଇଥିଲା । ହେଲେ କଂଗ୍ରେସର ହାଇକମାଣ୍ଡ ଏହାକୁ ଅଣଦେଖା କରିଥିବା କୁହାଯାଉଛି ।