Categories: ଜାତୀୟ

ଡିସେମ୍ବର ୧୦ ଅବା ୧୧ରେ ହୋଇପାରେ ଗୁଜରାଟରେ ଶପଥ ଗ୍ରହଣ…

ଅହମଦାବାଦ,୮।୧୨ : ଗୁଜରାଟ ବିଧାନସଭା ନିର୍ବାଚନ ଫଳାଫଳରେ ରାଜ୍ୟର ୧୮୨ ବିଧାନସଭା ଆସନ ମଧ୍ୟରୁ ୧୫୩ରେ ଭାଜପା ଆଗୁଆ ରହିଛି। ସେହିପରି ୨୦ ରେ କଂଗ୍ରେସ ଏବଂ ଏଏପି ୬ରେ ଆଗୁଆ ରହିଛି। ଅପରପକ୍ଷରେ ଅନ୍ୟାନ୍ୟ ୩ ଆସନରେ ଆଗୁଆ ରହିଛନ୍ତି। ସରକାର ଗଠନ ପାଇଁ ଗୁଜରାଟରେ କୁହୁକ ସଂଖ୍ୟା ହେଉଛି ୯୧। ଭାଜପା ଏହାକୁ ଟପି ଆଗେଇବାରେ ଲାଗିଛି।

ଫଳରେ ଲଗାତାର ୭ମ ଥର ପାଇଁ ଗୁଜରାଟରେ ଭାଜପା ସରକାର କ୍ଷମତା ଦଖଲ କରିବା ନିଶ୍ଚିତ ହୋଇଛି। ଏହା ସହିତ ଭାଜପା ରେକର୍ଡ ବିଜୟ ମୁହାଁ ହେବାରେ ଲାଗିଛି।

ଭାଜପାର ବିଜୟ ପରେ ରାଜ୍ୟରେ ନୂଆ ସରକାର ଡିସେମ୍ବର ୧୦ ଅବା ୧୧ରେ ଶପଥ ନେବେ ବୋଲି ଚର୍ଚ୍ଚା ହେଉଛି। ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

Share