Posted inଫୁରସତ

ସ୍ବେଟ ପାଓ୍ବାରଡ ସ୍ମାର୍ଟଓ୍ବାଚ୍‌

 

ଆଜିକାଲି ଯୁଗ ସ୍ମାର୍ଟଓ୍ବାଚ୍‌ର। ପ୍ରାୟ ସମସ୍ତଙ୍କ ହାତରେ ଏବେ ଏହି ଘଣ୍ଟା ଦେଖିବାକୁ ମିଳୁଛି। ତେବେ ଆଗକୁ ଏଭଳି ସ୍ମାର୍ଟଓ୍ବାଚ୍‌ ଆସିବାକୁ ଯାଉଛି ଯାହାକି ପିନ୍ଧୁଥିବା ବ୍ୟକ୍ତିଙ୍କ ଝାଳ ଦ୍ୱାରା ଚାର୍ଜ ହେବ। ସ୍କଟଲାଣ୍ଡର ୟୁନିଭର୍ସିଟି ଅଫ୍‌ ଗ୍ଲାସଗୋର ବୈଜ୍ଞାନିକମାନେ ଏହାକୁ ନେଇ ଗବେଷଣା ଜାରି ରଖିଛନ୍ତି। ଆଉ ଏମିତି ଏକ ଟେକ୍ନଲୋଜି ବିକାଶ କରିଛନ୍ତି ଯାହାଦ୍ୱାରା ସ୍ମାର୍ଟଓ୍ବାଚ୍‌ଟି ଝାଳର ଆଇଓନ୍‌ ଦ୍ୱାରା ଚାର୍ଜ ହୋଇଯିବ। ସାଧାରଣତଃ ସ୍ମାର୍ଟଓ୍ବାର୍ଚ ବ୍ୟାୟାମ କଲାବେଳେ ପିନ୍ଧାଯାଏ। କାରଣ ସେଥିରେ ଥିବା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଫିଚର ଯେମିତିକି କେତେ କ୍ୟାଲୋରୀ ବର୍ନ ହେଲା, ହୃଦସ୍ପନ୍ଦନ କେତେ ଅଛି, ଅମ୍ଳଜାନ ସ୍ତର କେତେ ଅଛି ଆଦି ବେଶ୍‌ ଉପାଦେୟ। ଆଉ ବ୍ୟାୟାମ କଲାବେଳେ ତ ଝାଳ ଯେମିତି ହେଲେ ବୋହିଥାଏ। ତେଣୁ ଏହି ଓ୍ବାଚ ବେଶ ଆରାମରେ ଝାଳ ଦ୍ୱାରା ଚାର୍ଜ ହୋଇଯିବ। ହେଲେ ଉକ୍ତ ଟେକ୍ନଲୋଜି ଏବେ ଗବେଷଣା ସ୍ତରରେ ଅଛି। ଖୁବ୍‌ ଶୀଘ୍ର ଏହା ବାସ୍ତବ ରୂପ ନେବ। ଆଉ ସମସ୍ତଙ୍କ ହାତରେ ଦିନେ ସ୍ମାର୍ଟଓ୍ବାଚ୍‌ ବଦଳରେ ସ୍ବେଟ୍‌ ଓ୍ବାଚ ଥିବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରପାତକୁ ରୋକେ ତାଳଗଛ

ବଜ୍ରପାତକୁ ରୋକେ ତାଳଗଛ । କିନ୍ତୁ ତାଳଗଛର ସଂଖ୍ୟା କମି କମି ଚାଲିଛି; ଯାହା ଚିନ୍ତା ବଢାଇଛି ପରିବେଶ ପ୍ରେମୀଙ୍କର । ଯେଉଁଥିପାଇଁ ନିଜସ୍ବ ପ୍ରୟାସରେ...

କ୍ୟାନ୍‌ସର ପୀଡ଼ିତଙ୍କୁ ଲୋଡ଼ା ସକାରାତ୍ମକ ସହଯୋଗ

ଆଜି ସାରା ବିଶ୍ୱରେ ରୋଜ ଡେ’ ପାଳନ କରାଯାଉଛି। କ୍ୟାନସରରେ ପୀଡିତ ଲୋକଙ୍କ ଜୀବନରେ ସୁଖ ଆଣିବା ଏବଂ ଜୀବନର ମହତ୍ତ୍ୱ ବୁଝାଇବା ପାଇଁ ପ୍ରତିବର୍ଷ...

ଆଧାର କାର୍ଡରେ କାହିଁକି ହସନ୍ତିନି ଲୋକ, ଜଣାପଡିଲା ବଡ଼ କାରଣ…

ଭାରତରେ ରହୁଥିବା ପ୍ରତ୍ୟେକ ନାଗରିକଙ୍କ ପାଖରେ ଆଧାର କାର୍ଡ ରହିବା ଆବଶ୍ୟକ । ଅନେକଙ୍କର ପାଖରେ ପାନ୍‌ ଓ ପାସପୋର୍ଟ ମଧ୍ୟ ଅଛି । ଭାରତରେ,...

ମନ୍ଦିର ମାଳିନୀ ଭୁବନେଶ୍ୱର

ପୁରାଣ ପ୍ରସିଦ୍ଧ ଏକାମ୍ର କ୍ଷେତ୍ର ଭୁବନେଶ୍ୱରକୁ ଓଡ଼ିଶାର ରାଜଧାନୀ କରିବା ପାଇଁ ୧୯୪୮ ଏପ୍ରିଲ ୧୩ରେ ଶିଳାନ୍ୟାସ କରାଯାଇଥିଲା। ଏହାପରଠାରୁ ଧୀରେ ଧୀରେ ଏହା ଦେଶର...

ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇବା ପାଇଁ ପ୍ରସ୍ତୁତିରେ ଭିତରକନିକା…

କେନ୍ଦ୍ରାପଡ଼ା ଜିଲାରେ ଥିବା ଜାତୀୟ ଉଦ୍ୟାନ ଭିତରକନିକାର ଜୈବ ବିବିଧତା ପ୍ରକୃତିପ୍ରେମୀଙ୍କୁ ସର୍ବଦା ଆକୃଷ୍ଟ କରିଆସୁଛି। ଏହି ଆର୍ଦ୍ରଭୂମିରେ ୭୨ ପ୍ରକାର ହେନ୍ତାଳ ଜାତୀୟ ବିରଳ...

ପିଲାଙ୍କ ପାଠପଢ଼ା ଚାଲିଥିବା ବେଳେ ହଠାତ୍‌ କ୍ଲାସ୍‌ରୁମ୍‌ ଏସିରୁ ବାହାରିଲା ସାପ, ଆଉ ତା’ ପରେ…

ନୂଆଦିଲ୍ଲୀ,୨୦ା୯: ନୋଏଡାର ଘରୋଇ ବିଶ୍ୱବିଦ୍ୟାଳୟର ଏକ କ୍ଲାସ୍‌ରୁମ୍‌ର ଏସିରୁ ହଠାତ୍‌ ଗୋଟିଏ ସାପ ବାହାରିବାରୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ପିଲାମାନେ ଭୟଭୀତ ହୋଇ ଡେସ୍କ...

ମୃତ୍ୟୁ ପରେ ମୃତଦେହକୁ କାଟି ଖାଇଯାନ୍ତି ଏହି ଲୋକ, ଅଦ୍ଭୁତ ପରମ୍ପରାକୁ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ମୃତ୍ୟୁ ପରେ, ପୃଥିବୀର ବିଭିନ୍ନ ସ୍ଥାନରେ ଲୋକମାନେ ବିଭିନ୍ନ ଉପାୟରେ ଶବଦାହ କରନ୍ତି। କେତେକ ସ୍ଥାନରେ, ଶେଷ ରୀତିନୀତି କରିବାର ପ୍ରକ୍ରିୟା ଏପରି ଯେ ଏହା...

ବନ୍ଦର ସହର ପାରାଦୀପ

ବର୍ଷତମାମ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସୁଛି ଓଡ଼ିଶାର ପ୍ରସିଦ୍ଧ ବନ୍ଦର ସହର ପାରାଦୀପ। ଜଗତ୍‌ସି ଜିଲାର ଏହି ସହରର ପ୍ରମୁଖ ଆକର୍ଷଣ ହେଉଛି ପଣ୍ୟବାହୀ ଜାହାଜ, ମହାନଦୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri