ସ୍ବିଡେନ ନାଟୋରେ ଯୋଗଦେବା ରାସ୍ତା ସଫା

ଷ୍ଟକହୋମ,୧୧।୭: ସ୍ବିଡେନ ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ (ନାଟୋ)ରେ ଯୋଗଦେବା ପାଇଁ ରାସ୍ତା ସଫା ହୋଇଛି। ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏରଡୋଗାନ ନାଟୋ ସଦସ୍ୟତା ପାଇଁ ସ୍ବିଡେନର ପ୍ରସ୍ତାବକୁ ଗ୍ରାଣ୍ଡ ନ୍ୟାଶନାଲ ଆସେମ୍ବଲିରେ ସମର୍ଥନ ଏବଂ ପଠାଇବାକୁ ରାଜି ହୋଇଛନ୍ତି। ନୂତନ ବିକାଶ ବିଷୟରେ ସୂଚନା ଦେଇ ନାଟୋର ସେକ୍ରେଟେରୀ ଜେନେରାଲ ଜେନ୍ସ ଷ୍ଟୋଲଟେନବର୍ଗ ଏହାକୁ ଏକ ଐତିହାସିକ ପଦକ୍ଷେପ ବୋଲି କହିଛନ୍ତି।
ତଥାପି ସ୍ବିଡେନର ପ୍ରସ୍ତାବକୁ ତୁର୍କୀର ସଂସଦ ଅନୁମୋଦନ କରିବା ଜରୁରୀ। ଏଥି ସହିତ ନାଟୋ ସଦସ୍ୟ ହଙ୍ଗେରୀ ସ୍ବିଡେନର ପ୍ରସ୍ତାବକୁ ଏପର୍ଯ୍ୟନ୍ତ ଅନୁମୋଦନ କରିନାହିଁ।

Share