ମାଗଡାଲେନା ଆଣ୍ଡରସନ ହେବେ ସ୍ବିଡେନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ

ଷ୍ଟକହୋମ,୨୪।୧୧: ସ୍ବିଡେନ ରାଜନୀତିରେ ଏକ ନୂଆ ଇତିହାସ ସୃଷ୍ଟି ହେଉଛି। ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେବା ପାଇଁ ଡେମୋକ୍ରାଟ ନେତ୍ରୀ ମାଗଡାଲେନା ଆଣ୍ଡରସନଙ୍କୁ ମଞ୍ଜୁରୀ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ସଂସଦରେ ଏକ ଭୋଟ ନିଆଯାଇଥିଲା, ସେଥିରେ ମାଗଡାଲେନାଙ୍କୁ ବହୁମତ ମିଳିଥିଲା। ସ୍ବିଡେନର ବ୍ୟବସ୍ଥା ଅନୁଯାୟୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ସଂସଦରେ ବହୁମତ ପାଇବା ଆବଶ୍ୟକ କରନ୍ତି ନାହିଁ। ଆଣ୍ଡରସନ୍‌ ଏବେ ସ୍ବିଡେନର ଅର୍ଥମନ୍ତ୍ରୀ ଅଛନ୍ତି। ସେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଷ୍ଟିଫାନ ଲୋଫଭେନ୍‌ଙ୍କ ଉତ୍ତରାଧିକାରୀ ହେବେ।

Share