Categories: ଖେଳ

ଅଷ୍ଟ୍ରେଲିଆକୁ ହରାଇ ବ୍ରୋଞ୍ଜ ପଦକ ହାତେଇଲା ସୁଇଡେନ୍‌

ବ୍ରିସ୍‌ବେନ୍‌,୧୯ା୮: ମହିଳା ଫୁଟବଲ ବିଶ୍ୱକପ୍‌ର ଶନିବାର ଖେଳା ଯାଇଥିବା ତୃତୀୟ ସ୍ଥାନ ମୁକାବିଲାରେ ସୁଇଡେନ୍‌ ଘରୋଇ ଅଷ୍ଟ୍ରେଲିଆକୁ ୨-୦ରେ ପରାସ୍ତ କରି ବ୍ରୋଞ୍ଜ ପଦକ ହାସଲ କରିଛି। ସୁଇଡେନ୍‌ର ଫ୍ରିଡୋଲିନା ରୋଲ୍ଫୋ(୩୦ ମିନିଟ) ଓ କୋସୋଭେରେ ଆସଲାନି(୬୨ ମିନିଟ) ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ମହିଳା ବିଶ୍ୱକପ୍‌ରେ ସୁଇଡେନ୍‌ର ଏହା ଚତୁର୍ଥ ବ୍ରୋଞ୍ଜ ପଦକ। ପୂର୍ବରୁ ୧୯୯୧, ୨୦୧୧ ଓ ୨୦୧୯ରେ ଦଳ ତୃତୀୟ ସ୍ଥାନରେ ରହିଥିଲା। ସୂଚନା ଯୋଗ୍ୟ, ରବିବାର ଇଂଲଣ୍ଡ ଏବଂ ସ୍ପେନ୍‌ ମଧ୍ୟରେ ଫାଇନାଲ ମ୍ୟାଚ୍‌ ଖେଳାଯିବ।

Share