କୁରାନ ଜଳାକୁ ନେଇ ସ୍ବିଡ଼େନର ନାଟୋ ସଦସ୍ୟତା ବାଟରେ ସୃଷ୍ଟି ହୋଇପାରେ ବାଧା, ତୁର୍କୀ ଦେଲା ଚେତାବନୀ…

ଷ୍ଟକହୋମ,୨୩।୧ : ପବିତ୍ର କୁରାନ ଜଳାକୁ ନେଇ ସ୍ବିଡ଼େନର ନାଟୋ ସଦସ୍ୟତା ବାଟରେ ବାଧା ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। ତୁର୍କୀ ଏନେଇ ସ୍ବିଡେନର ପ୍ରତିରକ୍ଷା ମନ୍ତ୍ରୀଙ୍କ ଆଙ୍କରା ଗସ୍ତକୁ ବାତିଲ କରିବାକୁ ଘୋଷଣା କରିଛି। ତୁର୍କୀର ଏହି ଘୋଷଣା ଦ୍ୱାରା ସ୍ବିଡେନର ନାଟୋ ସଦସ୍ୟ ହେବାର ସ୍ବପ୍ନ ହୁଏତ ଭାଙ୍ଗି ଯାଇପାରେ। ସ୍ବିିଡେନର ରାଜଧାନୀ ଷ୍ଟକହୋମରେ ତୁର୍କୀ ଦୂତାବାସ ବାହାରେ ବିରୋଧ ପରେ ତୁର୍କୀ ସରକାର ଏହା ଘୋଷଣା କରିଛନ୍ତି। ସ୍ବିଡେନର ଦକ୍ଷିଣପନ୍ଥୀ ନେତା ରସମୁସ ପାଲୁଦାନଙ୍କ ନେତୃତ୍ୱରେ ବିରୋଧ ସମୟରେ ପବିତ୍ର କୁରାନର ଏକ କପି ପୋଡି ଦିଆଯାଇଥିଲା। ଏହି ଘଟଣା ତୁର୍କୀକୁ କ୍ରୋଧିତ କରିଛି।

ଦୀର୍ଘ ଦିନ ଧରି ସ୍ବିଡେନ ନାଟୋର ସଦସ୍ୟ ହେବାକୁ ଚେଷ୍ଟା କରିଆସୁଥିଲା, କିନ୍ତୁ ତୁର୍କୀର ଆପତ୍ତି ଯୋଗୁଁ ଏବେ ଏଥିରେ ବାଧା ଦେଖାଦେଇଛି। ଦୀର୍ଘ ଦିନ ଧରି ସ୍ବିଡେନ ନାଟୋର ସଦସ୍ୟ ହେବାକୁ ଚେଷ୍ଟା କରିଆସୁଥିଲା, କିନ୍ତୁ ତୁର୍କୀର ଆପତ୍ତି ଯୋଗୁଁ ଏବେ ଏଥିରେ ବାଧା ଦେଖାଦେଇଛି। ଏନେଇ ସ୍ବିଡେନର ପ୍ରତିରକ୍ଷା ମନ୍ତ୍ରୀଙ୍କ ତୁର୍କୀ ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଥିଲା କାରଣ ଏହି ଗସ୍ତରେ ତୁର୍କୀର ଆପତ୍ତି ହଟାଇବା ପାଇଁ ସ୍ବିଡେନ ଆଲୋଚନା କରିଥାନ୍ତି।

ତେବେ ଷ୍ଟକହୋମରେ ବିରୋଧ ଆରମ୍ଭ ହେବା ପୂର୍ବରୁ ଆଲୋଚନାକୁ ଖଣ୍ଡନ କରାଯାଇଥିଲା। ତୁର୍କୀର ଅସନ୍ତୋଷ ମଧ୍ୟ ହେଉଛି ଯେ ରସମୁସ ପାଲୁଦାନଙ୍କୁ ଦୂତାବାସ ବାହାରେ ବିରୋଧ କରିବାକୁ ଅନୁମତି ଦିଆଯାଇଥିଲା ଏବଂ ଏହି ନିନ୍ଦା ଜନକ ଘଟଣା ପୋଲିସର ଉପସ୍ଥିତିରେ ଘଟିଥିଲା। ଏହି ଘଟଣା ଯୋଗୁଁ ତୁର୍କୀ ଏବଂ ସ୍ବିଡେନ ମଧ୍ୟରେ କୂଟନୈତିକ ସମ୍ପର୍କ ବ୍ୟାହତ ହେବାରେ ଲାଗିଛି।

Share