ଗ୍ରେଟା ଥନ୍‌ବର୍ଗଙ୍କୁ ଜରିମାନା ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ

ଷ୍ଟକ୍‌ହୋମ,୨୫।୭: ପୋଲିସ କଥାକୁ ଅମାନ୍ୟ କରିଥିବା ଅଭିଯୋଗରେ ସ୍ବିଡେନ୍‌ ପରିବେଶବିଦ୍‌ ଗ୍ରେଟା ଥନ୍‌ବର୍ଗ ଜରିମାନା ଦେବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଜୁନ୍‌୧୯ରେ ମାଲମୋର ସାଉଥର୍ନ ସିଟିରେ ଜଳବାୟୁ ପରିବର୍ତ୍ତନ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବା ବେଳେ ଗ୍ରେଟା ପୋଲିସ କଥାକୁ ଅମାନ୍ୟ କରିଥିଲେ। କୋର୍ଟରେ ଏହି ମାମଲାର ଶୁଣାଣି ବେଳେ ଗ୍ରେଟା କହିଛନ୍ତି, ବିକ୍ଷୋଭରେ ସେ ସାମିଲ ଥିଲେ ଏବଂ ସେ ପୋଲିସ କଥାକୁ ଅମାନ୍ୟ କରିଛନ୍ତି। କିନ୍ତୁ ଏ ନେଇ ସେ କୌଣସି ପକ୍ଷେ ଦୋଷୀ ନୁହନ୍ତି। ପୋଲିସ କଥାକୁ ଅମାନ୍ୟ କରିବା ସେ ସମୟ ପାଇଁ ଉପଯୁକ୍ତ ଥିଲା ବୋଲି ସେ କହିଛନ୍ତି। ତେବେ ଗ୍ରେଟାଙ୍କ ଆୟ ଅନୁସାରେ ଫାଇନ୍‌ ଦେବାକୁ କୋର୍ଟ କହିଛନ୍ତି। କିନ୍ତୁ ଗ୍ରେଟା ଜରିମାନା ସ୍ବରୂପ କେତେ ଟଙ୍କା ଆଦାୟ ହେବ, ତାହା ସ୍ପଷ୍ଟ ହୋଇନାହିଁ। ମଲମୋ ହାର୍ବରରେ ଗ୍ରେଟାଙ୍କ ସହିତ ଆଉ କେତେଜଣ ପରିବେଶବିଦ୍‌ ତେଲ ଟ୍ରକ୍‌ ନ ଯିବା ପାଇଁ ବାଟ ଅବରୋଧ କରିଥିଲେ। ସ୍ଥାନୀୟ ପୋଲିସ ବିକ୍ଷୋଭକାରୀଙ୍କୁ ରାସ୍ତାରୁ ହଟିବା ପାଇଁ କହିଥିବାବେଳେ ଗ୍ରେଟା ତାହାକୁ ଅମାନ୍ୟ କରିଥିଲେ।

Share