ସୁଇଡେନ୍‌ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା

ସୁଇଡେନ ପ୍ରଧାନମନ୍ତ୍ରୀ ଷ୍ଟିଫାନ ଲୋଫବେନ୍‌ ଗତ ସପ୍ତାହରେ ପାର୍ଲାମେଣ୍ଟରେ ଆସ୍ଥା ଭୋଟ ହାରିବା ପରେ ସୋମବାର ପଦରୁ ଇସ୍ତଫା ଦେଇଛନ୍ତି। ଆସନ୍ତା ବର୍ଷ ନିର୍ବାଚନ ଥିବାବେଳେ ଏବେ ତାଙ୍କ ସ୍ଥାନରେ ଅନ୍ୟ କାହାକୁ ଦାୟିତ୍ୱ ଦେବାକୁ ୬୩ ବର୍ଷୀୟ ଷ୍ଟିଫାନ ବାଚସ୍ପତିଙ୍କୁ କହିଛନ୍ତି। ବାମ ଦଳ ସହଯୋଗରେ ସୋସିଆଲ ଡେମୋକ୍ରାଟିକ୍‌ ପାର୍ଟିର ଷ୍ଟିଫାନ ମେଣ୍ଟ ସରକାର ଗଢ଼ିଥିଲେ। ସୁଇଡେନର ହାଉସିଂ ମାର୍କେଟରୁ ନିୟନ୍ତ୍ରଣ ହଟାଇବା ପାଇଁ ସରକାରଙ୍କ ଯୋଜନାକୁ ବିରୋଧ କରି ବାମ ଦଳ ଓହରିଯିବା ପରେ ଷ୍ଟିଫାନଙ୍କ ସରକାର ସଂଖ୍ୟାଲଘୁ ହୋଇଯାଇଥିଲା। ଏବେ ନୂଆ ପ୍ରଧାନମନ୍ତ୍ରୀ ଦାୟିତ୍ୱ ନ ନେବା ପର୍ଯ୍ୟନ୍ତ ଷ୍ଟିଫାନ ସାମୟିକ ଭାବେ ସରକାରରେ ରହିବେ।

Share