Posted inଖେଳ

ଷ୍ଟାର୍‌ ଫୁଟ୍‌ବଲ୍‌ କିଲିଆନ୍‌ ଏମ୍‌ବାପ୍ପେଙ୍କ ନାଁରେ ବଳାତ୍କାର ଅଭିଯୋଗ

ନୂଆଦିଲ୍ଲୀ,୧୫।୧୦: ସ୍ଵିଡେନ ଷ୍ଟକହୋମର ବିଳାସପୂର୍ଣ୍ଣ ବ୍ୟାଙ୍କ ହୋଟେଲରେ ବଳାତ୍କାର ହୋଇଥିବା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ତଦନ୍ତ ବେଳେ ଏକ କଳା ଟ୍ରାଉଜର, ଏକ ଟପ୍, ଏବଂ ମହିଳାଙ୍କ ଅନ୍ତଃବସ୍ତ୍ର ଜବତ କରାଯାଇଥିବା ଜଣାପଡିଛି। ତେବେ ଜବତ ହୋଇଥିବା ଏହି ଜିନିଷଗୁଡିକ ଷ୍ଟାର ଫୁଟବଲରଙ୍କର କି ନୁହେ ତାହା ସ୍ପଷ୍ଟ ହୋଇନାହିଁ।

ଗଣମାଧ୍ୟମ ରିପୋର୍ଟ ପରେ ସ୍ଵିଡେନର ଓକିଲମାନେ ମଙ୍ଗଳବାର ବଳାତ୍କାର ସମ୍ପର୍କୀୟ ତଦନ୍ତକୁ ନିଶ୍ଚିତ କରିଛନ୍ତି କିନ୍ତୁ ସନ୍ଦିଗ୍ଧଙ୍କ ନାମ କହି ନାହାଁନ୍ତି। ତେବେ ଗଣମାଧ୍ୟମ ସଂସ୍ଥା ଏକ୍ସପ୍ରେସନ୍ କହିଛି ଯେ, ବଳାତ୍କାର ଏବଂ ଯୌନ ନିର୍ଯାତନା ଅଭିଯୋଗରେ ଏମ୍‌ବାପ୍ପେ ସମ୍ଭାବ୍ୟ “ଅଭିଯୁକ୍ତ ତାଲିକାରେ” ରହିଛନ୍ତି।

ଅନ୍ୟପଟେ ସୋମବାର ଖବର ସରବରାହ ସଂସ୍ଥା ଏପିଏଫ ଏମ୍‌ବାପ୍ପେଙ୍କ ବନ୍ଧୁମାନଙ୍କୁ ଯୋଗାଯୋଗ କରିବାରୁ ସେମାନେ କହିଛନ୍ତି ଯେ, ତାଙ୍କ ବିରୋଧରେ କରାଯାଇଥିବା ଆଇନଗତ ଅଭିଯୋଗ ବିଷୟରେ କୌଣସି ସୂଚନା ତାଙ୍କ ପାଖରେ ନାହିଁ। ତେବେ ନିକଟରେ ଏମ୍‌ବାପ୍ପେଙ୍କୁ ନେସନ ଲିଗ୍ ମ୍ୟାଚ୍ ପାଇଁ ଫ୍ରାନ୍ସ ଅନ୍ତର୍ଜାତୀୟ ଦଳରେ ଚୟନ କରାଯାଇ ନାହିଁ, ତେଣୁ ଗତ ଗୁରୁବାର ଦିନ ଏକ ଦଳ ସହିତ ସ୍ୱିଡେନର ରାଜଧାନୀ ଯାତ୍ରା କରିଥିଲେ।

ଏସବୁ ଖବର ମଧ୍ୟରେ ସୋମବାର, ଏମ୍‌ବାପ୍ପେ ନିଜେ ସୋସିଆଲ ମିଡିଆରେ ଏକ ପୋଷ୍ଟରେ ଏସବୁ ଘଟଣା ମିଛ ବୋଲି କହିଛନ୍ତି। ଏହା ପୂର୍ବରୁ ଖବର ଆସିଥିଲା ଯେ, ଏମ୍‌ବାପ୍ପେଙ୍କ ପୂର୍ବତନ କ୍ଲବ୍ ପ୍ୟାରିସ୍ ସେଣ୍ଟ୍-ଜର୍ମାନ୍ ସହିତ ତାଙ୍କର ବିବାଦ ଚାଲିଛି, କାରଣ ସେମାନେ ତାଙ୍କର ବକେୟା ଟଙ୍କା ଦେଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ପରିବର୍ତନ କରିବାର ସମୟ ଆସିଛି’: ହର୍ମନପ୍ରୀତଙ୍କୁ ବିଦା କରିବାକୁ ଦାବି କଲେ ମିଥାଲି ରାଜ

ନୂଆଦିଲ୍ଲୀ,୧୫।୧୦: ଭାରତୀୟ ଦଳର କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମିତାଲି ରାଜ ନେତୃତ୍ୱରେ ପରିବର୍ତ୍ତନ ଆଣିବାକୁ ଆହ୍ୱାନ ଦେଇଛନ୍ତି। ସେ କହିଁଛନ୍ତି ଯେ, ‘ହରମାନପ୍ରୀତ କୌରଙ୍କୁ...

ଏଚ୍‌ଆଇଏଲ୍‌ ମହିଳା ଖେଳାଳି ନିଲାମ: ଉଦିତା ସବୁଠାରୁ ଦାମି

ନୂଆଦିଲ୍ଲୀ, ୧୫ା୧୦: ହକି ଇଣ୍ଡିଆ ଲିଗ୍‌ (ଏଚ୍‌ଆଇଏଲ୍‌) ମହିଳା ଖେଳାଳି ନିଲାମ ମଙ୍ଗଳବାର ସଫଳତାର ସହିତ ସମ୍ପନ୍ନ ହୋଇଛି। ଭାରତୀୟ ଡିଫେଣ୍ଡର ଉଦିତା ଦୁହାନ ସବୁଠାରୁ...

ଧରାପଡ଼ିଲା ମହମ୍ମଦ ଶାମିଙ୍କ ମିଛ: ପୋଲ୍‌ ଖୋଲିଦେଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୧୫।୧୦:ନିକଟରେ ଟିମ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ଶାମି ପୁଣି ଆହତ ହୋଇଥିବା ଜଣାପଡ଼ିଛି। କିନ୍ତୁ ସାମି ଏହାକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଥିଲେ। ଏବେ...

ଲାଇଭ୍‌ ମ୍ୟାଚ୍‌ ସମୟରେ ପଡ଼ିଆରେ ଭୋ ଭୋ ହୋଇ କାନ୍ଦିଲେ ଅଧିନାୟକ: ଜାଣନ୍ତୁ କାହିଁକି

ଦୁବାଇ,୧୫।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ପାକିସ୍ତାନ ଅଧିନାୟକ ଫାତିମା ସନା କାନ୍ଦୁଥିବା ଦେଖିବାକୁ ମିଳିଥିଲା। ସେ ନ୍ୟୁଜିଲାଣ୍ଡ ବିପକ୍ଷି ମ୍ୟାଚ ପୂର୍ବରୁ ସେ ତାଙ୍କ ପିତାଙ୍କୁ...

ଭାରତ ବିପକ୍ଷ ଟେଷ୍ଟ ସିରିଜ୍‌ର ଗୋଟିଏ ଦିନ ପୂର୍ବରୁ ନ୍ୟୁଜିଲାଣ୍ଡକୁ ବଡ଼ ଝଟ୍‌କା

ନୂଆଦିଲ୍ଳୀ,୧୫।୧୦: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ଆସନ୍ତାକାଲି ଅର୍ଥାତ୍‌ ବୁଧବାର, ଅକ୍ଟୋବର ୧୬ରେ ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯିବ। ମ୍ୟାଚ୍‌ର ଗୋଟିଏ...

ଭାରତ ବିରୋଧରେ ବିଷ ଓଗାଳିଲା କାନାଡ଼ା: ବୈଦେଶିକ ମନ୍ତ୍ରୀ କହିଲେ, ଆମ ପାଖରେ ପ୍ରମାଣ ଅଛି

ନୂଆଦିଲ୍ଲୀ,୧୫/୧୦: ଭାରତ ଓ କାନାଡା ମଧ୍ୟରେ ତିକ୍ତତା ଏକ ନୂତନ ସ୍ତରରେ ପହଞ୍ଚିଛି। କାନାଡାର ୬ ଜଣ କୂଟନୀତିଜ୍ଞଙ୍କୁ ଭାରତ ସୋମବାର ବହିଷ୍କାର କରିଛି। ଏହାବ୍ୟତୀତ...

ହଠାତ୍ ବିସିସିଆଇ ନେଲା ବଡ଼ ନିଷ୍ପତ୍ତି: କ୍ରିକେଟରୁ ହଟିଲା ଏହି ନିୟମ 

ନୂଆଦିଲ୍ଲୀ,୧୫/୧୦:ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଇମ୍ପାକ୍ଟ ପ୍ଲେୟାର ନିୟମକୁ ଉଚ୍ଛେଦ କରିବାକୁ ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଛି। ଆଗାମୀ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ...

କୋହଲିଙ୍କୁ ନେଇ ଏମିତି କହିଦେଲେ ବାବର୍ ଆଜମ୍: ଚାରିଆଡ଼େ ହେଉଛି ଚର୍ଚ୍ଚା 

ଇସାଲାମବାଦ୍,୧୫/୧୦: ବାବର ଆଜମଙ୍କୁ ଟେଷ୍ଟ ଦଳରୁ ବାଦ୍ ଦିଆଯିବା ପରେ ପାକିସ୍ତାନ କ୍ରିକେଟରେ ହଇଚଇ ସୃଷ୍ଟି ହୋଇଛି। ନିକଟରେ ଫଖର ଜମାନ ବାବରଙ୍କୁ ବିରାଟଙ୍କ ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri