Posted inଜାତୀୟ

ମୋର ଦୀପାବଳିର ମଧୁରତା ଆପଣମାନଙ୍କ ସହିତ ବଢ଼ିଯାଉଛି, ସେନାଙ୍କୁ କହିଲେ ପ୍ରଧାନମନ୍ତ୍ରୀ…

କାର୍ଗିଲ,୨୪।୧୦ : ଗତ ଆଠ ବର୍ଷ ଧରି ଭାରତୀୟ ଯବାନମାନଙ୍କ ସହ ଦୀପାବଳି ପାଳନ କରିବାର ପରମ୍ପରା ଜାରି ରଖିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କାର୍ଗିଲରେ ପହଞ୍ଚିଥିଲେ। ପିଏମ ମୋଦି ଏହି ଅବସରରେ ଯବାନଙ୍କୁ କହିଛନ୍ତି, ମୋ ପାଇଁ ତୁମେ ବର୍ଷ ବର୍ଷ ଧରି ମୋର ପରିବାର ସଦୃଶ॥

ମୋର ଦୀପାବଳି ର ମଧୁରତା ଆପଣମାନଙ୍କ ସହିତ ପାଳନ କଲେ ଅନେକଗୁଣା ବଢ଼ିଯାଉଛି। ମୋର ଦୀପାବଳିିର ଆଲୋକ ତୁମ ମଧ୍ୟରେ ଅଛି ଏବଂ ପରବର୍ତ୍ତୀ ଦୀପାବଳି ପର୍ଯ୍ୟନ୍ତ ମୋର ସ୍ଥିତିକୁ ବିସ୍ତାର କରୁଛି।

ଶକ୍ତି ବିନା ଶାନ୍ତି ସମ୍ଭବ ନୁହେଁ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତାଙ୍କ ସରକାର ସର୍ବଦା ଯୁଦ୍ଧକୁ ଶେଷ ବିକଳ୍ପ ଭାବରେ ବିବେଚନା କରୁଛନ୍ତି। ଦୀପାବଳିର ପ୍ରକୃତ ଅର୍ଥ ହେଉଛି ଆତଙ୍କବାଦର ସମାପ୍ତି। ସେନାରେ ମହିଳା କ୍ୟାଡରଙ୍କ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଏହାଦ୍ୱାରା ସେନାର ଶକ୍ତି ବୃଦ୍ଧି ପାଇବ।

ଦୁର୍ନୀତିକୁ ନେଇ ପୂର୍ବ ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ କୁଶାସନ ଯୋଗୁ ଦେଶର ବିକାଶ ସମ୍ଭାବନାକୁ ସୀମିତ ରଖାଯାଇଥିଲା। ଆଜି ଦେଶ ଦୁର୍ନୀତି ବିରୋଧରେ ଏକ ନିର୍ଣ୍ଣାୟକ ଲଢ଼େଇ ଲଢୁଛି। ଦୁର୍ନୀତିଗ୍ରସ୍ତ ଯେତେ ଶକ୍ତିଶାଳୀ ହୁଅନ୍ତୁ ନା କାହିଁକି ବଞ୍ଚି ପାରିବେ ନାହିଁ। ସେନାରେ ସ୍ଥାୟୀ କମିଶନ ପାଇଥିବା ମହିଳା କ୍ୟାଡେଟଙ୍କ ଉପରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମର ଝିଅମାନେ ଭାରତୀୟ ସେନାରେ ଯୋଗଦେବା ସହିତ ଆମର ଶକ୍ତି ଆହୁରି ବୃଦ୍ଧି ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri