Categories: ଜାତୀୟ

ଅନେକ ବର୍ଷ ଧରି ପେଟରେ ହେଉଥିଲା ଯନ୍ତ୍ରଣା, ଅପରେଶନ ପରେ ବାହାରିଲା ୮ କିଲୋର ଟ୍ୟୁମର

ଲକ୍ଷ୍ନୌ,୧୯।୨: ଉତ୍ତରପ୍ରଦେଶର ବାନ୍ଦା ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଡାକ୍ତର ଜଣେ ରୋଗୀଙ୍କ ପେଟରୁ ୪୫ସେଣ୍ଟିମିଟର ଲମ୍ବା ଏବଂ ୮ କିଲୋର ଟ୍ୟୁମର ବାହାର କରାଯାଇଛି। ଯୁବକଙ୍କ ଏହି ଅସ୍ତ୍ରୋପଚାର ବାନ୍ଦାରେ ଥିବା ରାଣୀ ଦୁର୍ଗାବତୀ ମେଡିକାଲ କଲେଜରେ ହୋଇଛି। ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଅସ୍ତ୍ରୋପଚାର ପରେ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି। ଘଟଣାଟି ଘଟିଛି ବାନ୍ଦା ଜିଲାର ଆଲିୟା ଗାଁରେ। ସୂଚନାଯୋଗ୍ୟ, ଜାହାନର ବାସିନ୍ଦା ୩୫ ବର୍ଷିୟ କାଲୁ ବହୁ ବର୍ଷ ଧରି ପେଟରେ ଯନ୍ତ୍ରଣା ହେଉଥିଲା। ହେଲେ ପରିବାର ଲୋକ ଭାବୁଥିଲେ କି ଲାଲୁଙ୍କ ପେଟରେ ଆଘାତ ଲାଗିଥିଲା, ଆଉ ସେହି କାରଣରୁ ପେଟରେ ଯନ୍ତ୍ରଣା ହେଉଛି। ତେବେ ଅନେକ ଜାଗାରେ ଦେଖାଉଥିଲେ ମଧ୍ୟ ଲାଲୁ ପେଟ ଯନ୍ତ୍ରଣାରୁ ମୁକ୍ତି ପାଉନଥିଲେ। ଏହା ପରେ ପରିବାର ଲୋକ ମେଡିକାଲ କଲେଜରେ ପହଞ୍ଚିଲେ। ଡାକ୍ତର ସେଠାରେ ତାଙ୍କର ଚିକିତ୍ସା କରା ଜାଣିବାକୁ ପାଇଲେ ଯେ, ପେଟରେ ଟ୍ୟୁମର ହୋଇଛି। ଯାହା ପରେ ଡାକ୍ତର ତାଙ୍କ ଟିମ୍‌ ସହିତ ୪ରୁ ୫ ଘଣ୍ଟା ଅପରେଶନ ପରେ ୮ କିଲୋଗ୍ରାମର ଟ୍ୟୁମରୁ ବାହାର କରିଥିଲେ।

 

Share