ବୋଲ୍ଡ ଫଟୋ ଶେୟାର କଲେ ଶ୍ୱେତା

ମୁମ୍ବାଇ: ଅଭିନେତ୍ରୀ ଶ୍ୱେତା ତିଓ୍ବାରୀ ତାଙ୍କ ଇନ୍‌ଷ୍ଟାଗ୍ରାମରେ ନିଜର କିଛି ବୋଲ୍ଡ ଫଟୋ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକ ଖୁବ୍‌ ଭାଇରାଲ ହେଉଛି। ଏଥିରେ ସେ କଳା ଏବଂ ଧଳା ରଙ୍ଗର ଜେବ୍ରା ପ୍ରିଣ୍ଟିଂ ଡିପ୍‌ ନେକ୍‌ ଡ୍ରେସ୍‌ରେ ନଜର ଆସିଛନ୍ତି। ଏହା ବ୍ୟତୀତ ସେ ଅଳଙ୍କାର ହାତ ଏବଂ ବେକରେ ଜୁଏଲରୀ ପିନ୍ଧିଛନ୍ତି। କେଶ ମୁକୁଳା କରି ବସିଛନ୍ତି।

ଫଟୋରେ ଶ୍ୱେତା ଖୁବ୍‌ ସୁନ୍ଦର ଦେଖାଯାଉଛନ୍ତି। ଫଟୋ ଶେୟାର କରିବାବେଳେ ସେ ଅନେକ ଲୋକଙ୍କୁ ଟ୍ୟାଗ୍‌ ମଧ୍ୟ କରିଛନ୍ତି। ଯଦିଓ ଏଥିରେ ସେ କୌଣସି କ୍ୟାପଶନ ଦେଇନାହାନ୍ତି। ପ୍ରଥମ ଫଟୋରେ ସେ ଏକ ଚେୟାରରେ ବସି ହସୁଥିବା ଦେଖାଯାଉଛି। ପରବର୍ତ୍ତୀ ଫଟୋରେ ସେ ଠିଆ ହୋଇ ତଳକୁ ଚାହିଁଛନ୍ତି।

ଶ୍ୱେତା ଫଟୋ ଶେୟାର କରିବାର କିଛି ଘଣ୍ଟା ମଧ୍ୟରେ ଦେଢ଼ ଲକ୍ଷରୁ ଅଧିକ ଲୋକ ଲାଇକ୍‌ କରିଛନ୍ତି। କିଛି ୟୁଜର ଫାୟାର ଏବଂ ହାର୍ଟ ଇମୋଜି ମଧ୍ୟ ଦେଇଛନ୍ତି। ଏଥିରୁ ସ୍ପଷ୍ଟ ଯେ ଲୋକେ ଶ୍ୱେତାଙ୍କ ଫଟୋକୁ ପସନ୍ଦ କରିଛନ୍ତି।

Share